Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆନ୍ଧ୍ରକୁ ଚାଲିଥିଲା ଗୋ ଚାଲାଣ, ଗାଁ ଲୋକଙ୍କ ହାବୁଡରେ ପଡିଗଲେ ବେପାରୀ, ୧୮ ଗାଈ-ମଇଁଷି ଉଦ୍ଧାର

30/05/2021 at 11:13 PM

ଗଞ୍ଜାମ ୩୦।୦୫: ଆନ୍ଧ୍ରକୁ ଚାଲିଥିଲା ଗୋ ଚାଲାଣ। ହେଲେ ଗାଁ ଲୋକଙ୍କ ହାତରେ ଧରା ପଡିଗଲେ  ବେପାରୀ। ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ବରାଙ୍ଗ ଗ୍ରାମରେ ଦୁଇଟି ଗାଡିରେ ମଇଁଷି ସହ ଗୋରୁ ବୋଝେଇ ପିକଅପ ଭେନକୁ ଅଟକାଇ ପୋଲିସ ଜିମା ଦେଲେ ଗ୍ରାମବାସୀ । ୧୮ ଟି ମଇଁଷି ସମେତ ଗାଈ ଉଦ୍ଧାର କରାଯାଇଥିବା ବେଳେ  ୬ ଜଣ ଆନ୍ଧ୍ର ଚାଲାଣକାରୀଙ୍କୁ ପୋଲିସ ଅଟକ ରଖିଛି।

ସୂଚନା ମୁତାବକ ପାତ୍ରପୁର ବ୍ଲକ ଜଗନ୍ନାଥପୁରରୁ ଆନ୍ଧ୍ର ପ୍ରଦେଶକୁ ରାତିରେ ମଇଁଷି ସହ ଗାଈକୁ ଚାଲାଣ କରୁଥିବା ଗ୍ରାମବାସୀ ସୂଚନା ପାଇଥିଲେ। ଏହା ପରେ ବରଙ୍ଗରେ ଗୋରୁ ବୋଝେଇ ଗାଡିକୁ ଅଟକ ରଖି ସ୍ଥାନୀୟ ପୋଲିସ ଷ୍ଟେସନ କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜରଡା ପୋଲିସ ପହଂଚି ଲୋକଙ୍କୁ ବୁଝାଇବା ସହ ୧୮ ମଇଁଷି ଓ ଗାଈକୁ ଉଦ୍ଧାର କରି ୬ ଜଣ ଆନ୍ଧ୍ର ବ୍ୟବସାୟୀଙ୍କ ସମେତ ଦୁଇଟି ଗାଡି ଜବତ କରି ଥାନାକୁ ନେଇଛି।

   Related Posts