ଚୌଦ୍ବାରରୁ ଗୋରୁ ବୋଝେଇ କଣ୍ଟେନର ଜବତ
19/12/2018 at 12:08 PM

ଚୌଦ୍ବାର ୧୯|୧୨: କଟକ ଚୌଦ୍ବାରରୁ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । ଜାତୀୟ ରାଜପଥ ୧୬ର ହରିଅନ୍ତା ନିକଟରୁ ଗାଡିକୁ ଜବତ କରିଛି ଟାଙ୍ଗି ପୋଲିସ । ଗାଡିରେ ଶତାଧିକ ଗୋରୁ ଥିବା ସନ୍ଦେହ କରାଯାଉଛି । କଣ୍ଟେନରଟି ବେଗୁନିଆରୁ କୋଲକାତା ଯାଉଥିବାବେଳେ ପୋଲିସ ହାବୁଡରେ ପଡିଥିଲା । ଘଟଣାସ୍ଥଳରୁ ଗାଡି ଛାଡି ଡ୍ରାଇଭର ସହ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ତେବେ ଟାଙ୍ଗୀ ପୋଲିସ ଏ ଘଠଣାରେ ତଦନ୍ତ ଜାରି ରଖିଛି ।