Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଗୋଶାଳାରେ ଗୋରୁଗାଈଙ୍କ ନିଆରା ସେବା: ପାଳନ କରାଯାଇଛି ବିଲୁପ୍ତ ହୋଇଯାଇଥିବା “କପିଳା” ପ୍ରଜାତିର ଗାଈ

25/12/2018 at 10:55 AM

ନିଶ୍ଚିନ୍ତକୋଇଲି ୨୫/୧୨ : ଗୋରୁଗାଈଙ୍କ ଶରୀରରେ ୩୩ କୋଟି ଦେବାଦେବୀ ବାସ କରନ୍ତି ବୋଲି ବିଶ୍ୱାସ ଅଛି। ହେଲେ ଆଜିକାଲି ଦୁନିଆରେ ମଣିଷ ମାନେ ସ୍ବାର୍ଥପରବସ ହୋଇ ସେ ସବୁକୁ ଭୁଲି ଯାଉଛନ୍ତି ଆଉ ପାଳିଥିବା ଗୋରୁଗାଈ ଙ୍କୁ ବୁଢ଼ାବୁଢ଼ୀ ହୋଇଗଲେ କଂସେଇଖାନା କୁ ଆଉ ଚରିବା ପାଇଁ ବାହାରକୁ ଛାଡି ଦେଉଛନ୍ତି। ଫଳରେ ଅନେକ ସମୟରେ କେଉଁଠି ଗୋରୁଗାଈ ଦୁର୍ଘଟଣା ରେ ମରୁଛନ୍ତି ଆଉ କେଉଁଠି ଅଳିଆ ଆବର୍ଜ୍ଜନା ଖାଇ ମୃତ୍ୟୁ ବରଣ କରୁଛନ୍ତି।

ହେଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଖଣ୍ଡସାହି ଶ୍ରୀ ବୈଦ ଭବନ ଗୋଶାଳାରେ ଦେଖିବାକୁ ମିଳିଛି ଏକ ନିଆରା ସେବା। ଯେଉଁଠି ଗୋରୁଗାଈଙ୍କୁ ମାତାପିତା ଭଳି ରଖାଯାଇ ସେବା ଶୁଶ୍ରୁଷା କରାଯାଉଛି। ଖାଲି ସେତିକି ନୁହେଁ ଏମାନଙ୍କୁ ରୋଗ ବୈରାଗ ହେଲେ ଦିଆଯାଉଛି ପ୍ରାକୃତିକ ଔଷଧ। ଆଉ ଏମାନଙ୍କଙ୍କ ଠାରୁ ମିଳୁଥିବା କ୍ଷୀର ବିକ୍ରୀ କରାନଯାଇ ଦିଆଯାଉଛି ଅନାଥାଶ୍ରମକୁ, ତାହା ପୁଣି ବିନା ମୂଲ୍ୟରେ।

ଏହି ଗୋଶାଳା ରେ ବିଲୁପ୍ତ ହୋଇଯାଇଥିବା “କପିଳା” ପ୍ରଜାତିର ଗାଈଙ୍କୁ ପାଳନ କରାଯାଇଛି। ଯାହାକି ଅନ୍ୟ ସ୍ଥାନରେ ଦେଖିବାକୁ ମିଳେନାହିଁ। ଏମାନଙ୍କ ମୂତ୍ର ଏବଂ ଗୋବରରୁ ଏଠାରେ ଔଷଧ ତିଆରି କରାଯାଏ। ଯାହାକି ଦୂରାରୋଗ୍ୟକୁ ଆରୋଗ୍ୟ କରିଥାଏ। ଏଠାରେ ଗୋରୁଗାଈ ମାନଙ୍କୁ ଜଗିବା ପାଇଁ ଏକ ପ୍ରଜାତିର କୁକୁର ମାନଙ୍କୁ ନିୟୋଜିତ କରାଯାଇଛି। ଏହା ସହ ଏଠାରେ ବଣୁଆ କୁକୁଡ଼ା, ରାଜହଂସ ମଧ୍ୟ ପାଳନ କରାଯାଇଛି। ଆଉ ସବୁଠୁ ବଡ଼ କଥା ହେଲା ଏହି ବୈଦ ଭବନ ଗୋଶାଳାର ଘର କେବେ କବାଟରେ ତାଲା ପକାଯାଏ ନାହିଁ। ପୂର୍ବ ପୁରୁଷରୁ ଗୋସେବା ଧର୍ମ ହିସାବରେ ଏମାନେ କରିଆସୁଛନ୍ତି।

ଜଣେ ଉଚ୍ଚ ଶିକ୍ଷିତ ଯୁବକ ଏଭଳି ଅନୁଷ୍ଠାନ ଯାହାକି ତାଙ୍କ ପୂର୍ବ ପୁରୁଷରୁ ଚାଲି ଆସୁଛି ତାକୁ ଉଜ୍ଜୀବିତ କରି ରଖିଛନ୍ତି ଏବଂ ଏହି ଗୋସେବା ପାଇଁ ତାଙ୍କୁ ଦେଶ ବିଦେଶରୁ ଅନେକ ସମ୍ମାନ ମିଳିଛି ଆଉ ନିଜେ ସମ୍ମାନର ବଂଚିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଉତ୍ସ ସୃଷ୍ଟି କରିଛନ୍ତି |

   Related Posts