ଓଡିଶାର ଏହି ସ୍ଥାନର ସରକାରୀ ପଦରେ ନକଲି ଡାକ୍ତର –ଗୋରୁ ମେଡିସିନ୍‌ ଲେଖୁଥିଲେ ,ଭୁଲ୍‌ ମେଡିସିନ୍‌ ଦେଇଥିଲେ ଜାଣନ୍ତୁ ଆହୁରି କ’ଣ କରିଥିଲେ

Published By : Prameya-News7 Bureau | November 13, 2019 IST

ସୁନ୍ଦରଗଡ ୧୩।୧୧ - ସୁନ୍ଦରଗଡ଼ର ନକଲି ଡାକ୍ତର ପଦ୍ମନାଭ ମୁଖୀ କାରୁଆଙ୍କ କାରନାମା ଏବେ ସାରା ରାଜ୍ୟରେ ଚହଳ ପକାଇଛି। ନକଲି ଏମ୍‌ବିବିଏସ୍ ଡିଗ୍ରୀରେ ଦୀର୍ଘ ୪୦ ମାସ ହେଲା କେମିତି ସରକାରୀ ଡାକ୍ତର ଭାବେ କାମ କରୁଥିଲେ, କେମିତି ରୋଗୀ ଚିକିତ୍ସା କରୁଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।କେବଳ ସେମିତି ନୁହେଁ, ସେ ମଧ୍ୟ ରାଉରକେଲାର ହାଇଟେକ୍ ମେଡିକାଲ କଲେଜ ଏବଂ ରେଳବାଇରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରୀ କରି ଧରାପଡ଼ିବା ପରେ ଚାକିରୀକୁ ବିଦା ହୋଇଥିଲେ ।କିନ୍ତୁ ସେତେବେଳେ ରେଳବାଇ କର୍ତ୍ତୃପକ୍ଷ କିମ୍ବା ଘରୋଇ ମେଡିକାଲ କଲେଜ କର୍ତ୍ତୃପକ୍ଷ କାହିଁକି ପୋଲିସର ଜିମା ଦେଇନଥିଲେ ତାହା ବି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

{"id":183583,"sizeSlug":"large"}

ସୁନ୍ଦରଗଡ଼ ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଧରାପଡ଼ିଥିବା ନକଲି ଡାକ୍ତର ପଦ୍ମନାଭ ମୁଖୀ କାରୁଆଙ୍କ ଠାରେ ଚିକିତ୍ସିତ ହୋଇଥିବା ରୋଗୀଙ୍କ ସଂପର୍କୀୟଙ୍କ କଥା ।ଡାକ୍ତର ହାଇ ବିପି ପାଇଁ ଲୋ ବିପି ମେଡିସିନ୍‌ ଦେଉଥିଲେ ।ଆଉ ମଣିଷକୁ ଦେଉଥିଲେ ଗୋରୁ ମେଡିସିନ୍‌ ।ତଥାପି ତାଙ୍କୁ ମିଳିଥିଲା ସରକାରୀ ଚାକିରୀର ମାନ୍ୟତା ।…

{"id":183584,"sizeSlug":"large"}

ନକଲି ଡାକ୍ତର ପଦ୍ମନାଭ ମୁଖୀ କାରୁଆ ଧରା ପଡ଼ିବା ପରେ ତାଙ୍କ ସଂପର୍କରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି ।ସେ ବୁର୍ଲା ଭିମ୍‌ସାର୍‌ରେ ମେଡିକାଲ ପଢ଼ି ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଥିବା ଦର୍ଶାଇଖଥିଲେ ।

{"id":183585,"sizeSlug":"large"}

ତେବେ ବୁର୍ଲା ଭିମ୍‌ସାରର ଡିନ୍‌ ପ୍ରଫେସର ବ୍ରଜମୋହନ ମିଶ୍ର ସ୍ପଷ୍ଟ କରିଛନ୍ତି ଯେ ପଦ୍ମନାଭ ମୁଖୀ କାରୁଆ ନାମକ କୌଣସି ବ୍ୟକ୍ତି ଭିମ୍‌ସାର୍‌ର ଛାତ୍ର ନ ଥିଲେ ।୨୦୦୩ରେ ଏମିତି କୌଣସି ବ୍ୟକ୍ତିଙ୍କୁ ଏମ୍‌ବିବିଏସ୍ ଡିଗ୍ରୀ ଦିଆଯାଇନଥିଲା ।ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ୨୦୦୩ରେ ପଦ୍ମନାଭ ମୁଖୀ କାରୁଆ ନାମକ କୌଣସି ବ୍ୟକ୍ତିଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇନଥିଲା ।ତା ହେଲେ ସେ ଜାଲ୍ ସାର୍ଟିଫିକେଟ୍‌ ହାସଲ କରି କେମିତି ସରକାରୀ ଚାକିରୀ କଲେ ତାହା ବଡ଼ ପ୍ରଶ୍ନ ।…

{"id":183586,"sizeSlug":"large"}

କଥା ଏତିକିରେ ସରିନି ।ଏହି ନକଲି ଡାକ୍ତରଙ୍କ ଦୀର୍ଘଦିନର ଚାକିରୀ ଆମର ମେଡିକାଲ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ପ୍ରଶ୍ନ ନଂ ୧- ଜଣେ ବ୍ୟକ୍ତି ନକଲି ସାର୍ଟିଫିକେଟ୍‌ ଦେଇ ରେଳବାଇରେ ନିଯୁକ୍ତି ପାଇଲେ କେମିତି ?

{"id":183588,"sizeSlug":"large"}

ପ୍ରଶ୍ନ ନଂ ୨- ଓଡ଼ିଶାରେ କୌଣସି ମେଡିକାଲ କଲେଜରେ ପଢ଼ିଲେ ତାର ପଞ୍ଜୀକରଣ ଓଡ଼ିଶା ମେଡିକାଲ ବୋର୍ଡରେ ହେବାକଥା ।କିନ୍ତୁ ପଦ୍ମନାଭ ବିହାର ମେଡିକାଲ ବୋର୍ଡର ଜାଲ୍ ସାର୍ଟିଫିକେଟ୍ ହାତେଇଛନ୍ତି । ତାଙ୍କୁ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ବେଳେ ସଂପୃକ୍ତ ସିଡିଏମ୍‌ଓ ଓ ରାଜ୍ୟ ମେଡିକାଲ ବୋର୍ଡ ଜାଣି ପାରିଲେନି କିପରି ?

ପ୍ରଶ୍ନ ନଂ ୩- ପଦ୍ମନାଭ ଦର୍ଶାଇଛନ୍ତି ଯେ ସେ ୨୦୦୨ରେ ବିହାର ମେଡିକାଲ ବୋର୍ଡରେ ପଞ୍ଜୀକରଣ କରିଛନ୍ତି ଏବଂ ୨୦୦୩ରେ ଏମ୍‌ବିବିଏସ୍‌ ପାସ୍ କରିଛନ୍ତି ।ତାଙ୍କର ନିଯୁକ୍ତି ସମୟରେ ଏ ତାରତମ୍ୟ ଜଣାପଡ଼ିଲାନି କେମିତି ?

ପ୍ରଶ୍ନ ନଂ ୪- ରେଳବାଇ କର୍ତ୍ତୃପକ୍ଷ ଏବଂ ହାଇଟେକ୍‌ ମେଡିକାଲ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଚାକିରୀରୁ ବିଦା କରିଥିଲେ । କିନ୍ତୁ ପୋଲିସର ଜିମା ଦେଇନଥିଲେ କାହିଁକି ?

ସୁନ୍ଦରଗଡ଼ ପୋଲିସ ତାଙ୍କୁ ରାଉରକେଲା ସେକ୍ଟର ୧୫ରୁ ଉଠାଇ ନେଇ ଦୀର୍ଘ ସମୟ ଜେରା କରିଛି । ହେଲେ ଏବେ ପ୍ରଶ୍ନ ଉଠୁଛି ପଦ୍ମନାଭଙ୍କ ଦ୍ବାରା ଚିକିତ୍ସିତ ରୋଗୀଙ୍କର ହୋଇଥିବା କ୍ଷତିର ଭରଣା କରିବ କିଏ । ତାଙ୍କୁ ରାଜ୍ୟ, କେନ୍ଦ୍ରୀୟ ଏବଂ ଘରୋଇ ସଂସ୍ଥାରେ ନିଯୁକ୍ତି ଦେଇଥିବା ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ ।…

ପୂର୍ବରୁ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଅନେକ ନକଲି ଶିକ୍ଷକ ଏବଂ ଅନ୍ୟ କ୍ଷେତ୍ରରେ କାମ କରୁଥିବା ସରକାରୀ ଅଧିକାରୀ ଧରାପଡ଼ିଛନ୍ତି ।କିନ୍ତୁ ନକଲି ଡାକ୍ତର ଭାବେ ଦୀର୍ଘ ଦିନ ଧରି ରାଜ୍ୟ, କେନ୍ଦ୍ରୀୟ ଏବଂ ଘରୋଇ ସଂସ୍ଥାରେ କାମ କରି ରୋଗୀଙ୍କ ଜୀବନ ସହିତ ଖେଳିଥିବା ଅପରାଧୀ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ ତା ଉପରେ ନଜର ରହିବ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.