ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ଡ୍ରାଇଭର ଅଟକ
29/10/2019 at 8:10 AM

ଭଣ୍ଡାରିପୋଖରୀ ୨୯।୧୦: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରୁ ଗୋରୁ ବୋଝେଇ ପିକଅପ ଭ୍ୟାନ୍ ଜବତ ହୋଇଛି । ଗାଡି ଡ୍ରାଇଭରର ସହ ଗାଡିକୁ ଅଟକ ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଟାଉନ୍ ଥାନା ଅଧିନସ୍ଥ ମୋଟେଲ ଛକରୁ ଗୋରୁ ବୋଝେଇ ପିକଅପ ଭ୍ୟାନ୍ ଜବତ। କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଯୁବକମାନେ ଏହି ଗାଡିକୁ ଅଟକାଇଥିଲେ। ପରେ ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ସେଠାରେ ଟାଉନ ଥାନା ପୋଲିସ ପହଞ୍ଚିଥିଲା । ଗୋରୁ ଗୁଡିକୁ ଉଦ୍ଧାର କରିବା ସହ ଡ୍ରାଇଭର ଓ ଗାଡିକୁ ଅଟକ ରଖିଛି ପୋଲିସ । ଗାଡିଟି ପାଣିକୋଇଲିରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସୂଚନା ମିଳିଛି।
Related Posts
ଅଭାବନୀୟ ଘଟଣା, ସାମାନ୍ୟ ଝଗଡାକୁ ନେଇ ଭାଇକୁ ତୀର ମାରିଲା ଭାଇ
17 January 2021