Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଗୋ-ଚାଲାଣ ବେଳେ ଗାଡି ଜବତ, ୨ ଅଟକ

26/06/2020 at 11:36 AM

ବାଲିପାଟଣା ୨୬।୬: ବାଲିପାଟଣା ଥାନା ବସନ୍ତମାଳ ଛକ ଦେଇ ଯାଉଥିବା ଏକ ଗୋରୁ ଗାଡ଼ି ଜବତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଗାଡିଟିକୁ ଅଟକାଇଥିଲେ ସ୍ଥାନୀୟ ଅଂଚଳର କିଛି ବ୍ୟକ୍ତି ।

ଏକ ପିକ୍ଅପ୍ ଭ୍ୟାନ୍ ରେ ପ୍ରାୟ ୨୦ଟି ବାଛୁରୀ ଚାଲାଣ ହେଉଥିବା ଲୋକେ ଜାଣିବାକୁ ପାଇଥିଲା ଗ୍ରାମବାସୀ । ଚାଲାଣ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ଲୋକେ। ବାଛୁରୀ ଗୁଡ଼ିକୁ ଅତି ଅମାନୁଷିକ ଭାବେ ଗାଡ଼ି ଭିତରେ ରଖାଯାଇଥିଲା ।

ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ଗାଡ଼ିକୁ ଥାନାକୁ ଆଣିବା ସହ ଦୁଇ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।

   Related Posts