ଗୋ-ଚାଲାଣ ବେଳେ ଟ୍ରକ୍ ଜବତ : ୪୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର, ଦୁଇ ଗିରଫ
12/06/2020 at 2:55 PM

ରାଉରକେଲା ୧୨।୬: ରାଉରକେଲା ବେଦବ୍ୟାସ ସମିଲ ଛକରେ ଗୋ-ଚାଲାଣ ହେଉଥିବା ଏକ ଟ୍ରକକୁ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଜବତ କରିଛି । କୁତ୍ରା ଥାନା ଖତକୁର ବାହାଲରୁ ଏକ ଟ୍ରକରେ ୪୦ ଗୋରୁଙ୍କୁ ବିଶ୍ରା ଥାନା ଗୁଡଗୁଡଯୋର କଂସେଇ ଖାନାକୁ ନେଉଥିବାର ଖବର ପାଇ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଶଙ୍କର ବର୍ମା ଓ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମା କିଛି କାର୍ଯ୍ୟକର୍ତ୍ତଙ୍କୁ ଧରି ସମିଲ ଛକରେ ପହଛି ଅଟକାଇ ୪୦ ଗୋରୁ ଧରି ଚୋରା ଗୋଚାଲାଣ ହେଉଥିବା ଟ୍ରକକୁ ବୀରମିତ୍ରପୁର କୁଆରମୁଣ୍ଡା ଫାଣ୍ଡିକୁ ହସ୍ତାନ୍ତର କରିଥିଲେ । ଟ୍ରକରୁ ଉଦ୍ଧାର କରାଯାଇଥିବା ବେଳେ ୪୦ ଗୋରୁଙ୍କୁ ଗୋ-ଶାଳାକୁ ପଠାଇଦିଆଯାଇଥିବା ବେଳେ ପୋଲିସ ଟ୍ରକ୍ ଜବତ କରିବା ସହ ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021