ବେଆଇନ ଗୋରୁ ବୋଝେଇ ଟ୍ରକ୍ ଓ ପିକ୍‌ଅପ୍ ଭ୍ୟାନ୍ ଜବତ : ୫ ଅଟକ, ୧୫୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

Published By : Prameya-News7 Bureau | November 09, 2020 IST

ସୋର ୯।୧୧: ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଟ୍ରକ୍ ଏବଂ ପିକଅପ୍ ଭ୍ୟାନ୍ ଜବତ । ବାଲେଶ୍ବର ଜିଲ୍ଲା ୧୬ ନଂ ଜାତୀୟ ଜାତୀୟ ରାଜପଥରେ ସେରଗଡ଼ ଫାଣ୍ଡି ପୋଲିସ ସେରଗଡ଼ ଟୋଲଗେଟ୍ ନିକଟରେ ଧରିଛି । ଡ୍ରାଇଭର ଓ ହେଲପରଙ୍କ ସମେତ ୫ଜଣଙ୍କୁ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଅଟକ ରଖିଛି ପୋଲିସ । ପଚରାଉଚରା କରୁଥିବା ଜଣାପଡିଛି ।

{"id":358608,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଅଞ୍ଚଳରୁ କିଛି ଗୋରୁ ବୋଝେଇ ଟ୍ରକ୍ ଏବଂ ପିକଅପ୍ ବାଲେଶ୍ବର ଅଭିମୁଖେ ଆସୁଥିବା ନେଇ ଖନ୍ତାପଡ଼ା ଥାନାର ସେରଗଡ଼ ଫାଣ୍ଡି ପୋଲିସ ଖବର ପାଇଥିଲା । ଖବର ପାଇ ରାତି ତମାମ ଟୋଲଗେଟ୍ ନିକଟରେ ଫାଣ୍ଡି ଅଧିକାରୀ କ୍ରିଷ୍ଣା ପିଙ୍ଗୁଆଙ୍କ ସହ ସଦଳବଳେ ଜଗି ରହିଥିଲେ । ରାତି ପ୍ରାୟ ୩ଟା ସମୟରେ ଗାଡ଼ିଗୁଡିକ ସେରଗଡ଼ ଟୋଲଗେଟ୍ ନିକଟରେ ପହଞ୍ଚିବା ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ । ଯାଞ୍ଚ କରିବାରୁ ୪ ଗୋଟି ବଡ଼ ଟ୍ରକ୍ ଏବଂ ଗୋଟିଏ ପିକଅପ୍ ଭ୍ୟାନରେ ଗୋରୁ ଅମାନୁଷିକ ଭାବେ ବନ୍ଧାଯାଇ ଚାଲାଣ ହେଉଥିବାର ଦେଖିଥିଲେ ।

{"id":358609,"sizeSlug":"large"}

ପରେ ବେଆଇନ ଭାବେ ଗୋରୁ ଚାଲାଣ ଅଭିଯୋଗରେ ଫାଣ୍ଡି ପୋଲିସ ଡ୍ରାଇଭର ଓ ହେଲପର ସମେତ ୫ ଜଣଙ୍କୁ ଅଟକ ରଖିବା ସହ ଗାଡିଗୁଡିକୁ ଜବତ କରିବା ସହ ବାମପଦା ଗୋଶାଳାରେ ଗୋରୁଗୁଡିକୁ ରଖିଥିବାର ଜଣାପଡିଛି । ବର୍ତ୍ତମାନ ସୁଦ୍ଧା କେତେ ଗୋରୁ ଟ୍ରକରେ ଥିଲେ ଜଣାପଡିନଥିବା ବେଳେ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆନୁମାନିକ ଭାବେ ୧୫୦ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ନେଇ ଭଦ୍ରକରୁ ପଶ୍ଚିମବଙ୍ଗ ଦେଇ ବାଙ୍ଗଲାଦେଶ ଯାଉଥିବାର ପ୍ରାଥମିକ ଭାବେ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.