Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

୪ଟି ଗୋରୁ ବୋଝେଇ ପିକଅପ୍ ଜବତ : ୨୫ଟି ଗୋରୁ ଜୀବନ୍ତ ଉଦ୍ଧାର, ୫ ମୃତ

7/06/2021 at 7:04 PM

ତେଲକୋଇ ୭।୬: ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ । ୪ଟି ପିକଅପ ଗାଡି ସହ ୨୫ଟି ଗୋରୁକୁ ଜୀବନ୍ତ ଉଦ୍ଧାର କରିଥିବା ବେଳେ ସେଥିମଧ୍ୟରୁ ୩ଟି ଗୋରୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗାଡିରେ ଲୋଡ ହୋଇଥିବା ସମୟରେ ୫ଟି ଗୋରୁଙ୍କର ଶ୍ବାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଗତ ୩୧ ତାରିଖରେ ମଧ୍ୟ ତେଲକୋଇ ପୋଲିସ ୬୧ ଟି ଗୋରୁ ସହିତ ୭ଟି ପିକଅପ ଭ୍ୟାନ ଓ ୧୭ ଜଣଙ୍କୁ ଗିରଫ କରିଥିଲା । ସୋମବାର ପୁଣି ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଫାଣ୍ଡି ପୋଲିସ ସୋମବାର ସକାଳୁ କାଳିଆହତା- ପିଠାଗୋଳା ରାସ୍ତାର ସାଆନ୍ତମୁଣ୍ଡି ଘାଟି ଉପରେ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି । ସେହି ରାସ୍ତା ଦେଇ ଗୋରୁ ବୋଝେଇ ପିକଅପଗୁଡିକ ଯାଉଥିବା ବେଳେ ବନକର୍ମଚାରୀଙ୍କୁ ପୋଲିସ ଭାବି ଗୋରୁ ବୋଝେଇ ଗାଡିଗୁଡିକୁ ରାସ୍ତା ଉପରେ ଛାଡି ଦେଇ ଫେରାର ହୋଇଯାଇଥିଲେ । ଗୋରୁଗୁଡିକୁ ଅମାନୁଷିକ ଭାବେ ଗାଡ଼ିରେ ଲଦା ହୋଇଥିବା ଦେଖି ବନକର୍ମଚାରୀ କାଳିଆହତା ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିକଅପ ଭ୍ୟାନ ସହିତ ଗୋରୁଗୁଡିକୁ ଉଦ୍ଧାର କରି ଥିଲା । ଗୋରୁମାନଙ୍କ ଗୋଡଗୁଡିକୁ ବନ୍ଧା ଅବସ୍ଥାରେ ଗାଡିରେ ଲୋଡ ହୋଇଥିବାରୁ ଗାଁ ଯୁବକଙ୍କ ସହାୟତାରେ ଗୋରୁଗୁଡିକୁ ଗାଡିରୁ ତଳକୁ ଓହ୍ଲାଇ ଫାଣ୍ଡି ପରିସରରେ ପୋଲିସ ରଖିଛି । ଗାଁ ଯୁବକଙ୍କ ସାହାଯ୍ୟ ସହଯୋଗ ରେ ଗୋରୁ ଗୁଡିକର ଖାଇବା ପିଇବାର ବ୍ୟବସ୍ଥା କରାଯାଇଥିବା ଫାଣ୍ଡି ଅଧିକାରୀ କହିଛନ୍ତି ।

   Related Posts