ଭାରସାମ୍ୟ ହରାଇ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ

Published By : Prameya-News7 Bureau | July 18, 2019 IST

କାମାକ୍ଷାନଗର ୧୮|୭: ଢେଙ୍କାନାଳ ଜିଲ୍ଲା ୫୩ ନଂ ଜାତୀୟ ରାଜପଥର ବଡ଼ ମୁକ୍ତାପଶି ଛକ ନିକଟରେ ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗାଡ଼ିରେ ୧୦ରୁ ଉର୍ଦ୍ଧ୍ବ ଗୋରୁ ଥିବା ଜଣାପଡ଼ିଛି ।

{"id":134839}

ଭୋର ୪ଟା ବେଳେ ଗୋରୁ ବୋଝେଇ ଗାଡିଟି ତାଳଚେର ଆଡୁ ଯାଜପୁର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡି ଛାଡି ଗୋରୁ ମାଫିଆ ଓ ଚାଳକ ଫେରାର । ଗାଡିରେ ଗୋରୁ ଗୁଡିକ ଯେପରି ଅମାନୁଷିକ ଭାବେ ବନ୍ଧା ହୋଇ ଚୋରା ଚାଲାଣ ହେଉଛି ତାହା  ହୃଦୟ ବିଦାରକ । ସ୍ଥାନୀୟ ଲୋକ ଗୋରୁକୁ ଏପରି ଦୟନୀୟ ଅବସ୍ଥାରେ ଦେଖି ଖୋଲି ଦେଇଥିଲେ । ପ୍ରତି ଦିନ ଏହି ରାସ୍ତାରେ ଅନେକ ଗୋରୁ ବୋଝେଇ ଗାଡ଼ି ଯାଉଥିବା ବେଳେ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.