ଗୋରୁ ବୋଝେଇ କଣ୍ଟେନର ଜବତ : ୩୪ ଜୀବନ୍ତ ଉଦ୍ଧାର, ୬ଟି ମୃତ

Published By : Prameya-News7 Bureau | March 19, 2020 IST

ଖୋର୍ଦ୍ଧା ୧୯।୩: ଖୋର୍ଦ୍ଧା ସଦର ଥାନା ଦଳେଇପୁଟ ପେଟ୍ରୋଲ ପମ୍ପ୍ ନିକଟରୁ ପୋଲିସ ରାତ୍ରି ପାଟ୍ରୋଲିଂ ବେଳେ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି । ଗୋରୁଗୁଡିକୁ ଟ୍ରକରୁ ଓହ୍ଲାଇ ଦିଆଯାଇଛି । ପ୍ରାୟ ୪୦ ଗୋରୁ ମଧ୍ୟରୁ ୬ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୋରୁ ଆହତ ଅଛନ୍ତି ।

{"id":240878,"sizeSlug":"large"}

ଅତି ଅମାନୁଷିକ ଭାବରେ ଗୋରୁ ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଗୋ-ଚାଲାଣ ରାକେଟକୁ ଧରିବା ସହିତ ଗୋରୁ ବ୍ୟବସାୟ ବନ୍ଦ କରିବାକୁ ଦାବି କରିଛନ୍ତି ଲୋକେ । ଏହି ସବୁ ଗୋରୁ ବ୍ରହ୍ମପୁରରୁ କଲିକତା ଚାଲାଣ ହେଉଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.