ଗୋରୁ ଭର୍ତ୍ତି କଣ୍ଟେନର ଜବତ : ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ

Published By : Prameya-News7 Bureau | June 22, 2021 IST

ଖୋର୍ଦ୍ଧା ୨୨।୬: ଲକଡାଉନ୍ ଓ ସଟଡାଉନ୍ ରେ ସକ୍ରିୟ ଗୋ-ଚାଲାଣକାରୀ । ଅନ୍ଧାର ରାତିର ସୁଯୋଗ ନେଇ ଗୋ-ମାଫିଆମାନେ କରୁଛନ୍ତି ଗୋ-ଚାଲାଣ । ସେହିଭଳି ସୋମବାର ବିଳମ୍ବିତ ରାତିରେ ବେଗୁନିଆ ପୋଲିସ ଚଟୁଆ ନିକଟରେ ଚଢ଼ାଉ କରି କଲିକତା ଚାଲାଣ ହେଉଥିବା ୨୦ ଗୋରୁଙ୍କୁ ଉଦ୍ଧାର କରି ଭୁବନେଶ୍ବର ସିଜୁଆ ଗୋଶାଳାରେ ଛାଡିଛି ।

ସେପଟେ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୋରୁ ଭର୍ତ୍ତି କଣ୍ଟେନରକୁ ଜବତ କରିଥିବା ବେଗୁନିଆ ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.