ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ଟ୍ରକ ଜବତ
28/06/2018 at 10:24 AM

ବେଆଇନ ଭାବେ ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ଟାଙ୍ଗି ପୋଲିସ | ଆଜି ଭୋରରୁ ଜାତୀୟ ରାଜପଥ-୧୬ରେ ଥିବା ନିର୍ଗୁଣ୍ଡି ଟୋଲ ଗେଟ ପାରିହେଉଥିବା ବେଳେ ପୋଲିସ ଟ୍ରକ ଟିକୁ ଅଟକାଇଥିଲା | ଟ୍ରକ ସହ ପାଇଲଟିଂ କରି ଯାଉଥିବା ସ୍କର୍ପିଓକୁ ମଧ୍ୟ ପୋଲିସ ଜବତ କରିଛି | ଜବତ ଟ୍ରକରୁ ୭୦ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି | ସେଥିରୁ ଟ୍ରକରେ ହିଁ ୧୦ଟି ଗୋରୁଙ୍କର ମୃତ୍ୟୁ ହୋଇଯାଇଥିଲା | ଖୋର୍ଦ୍ଧା ଜିଲ୍ଲା ବେଗୁନିଆରୁ କୋଲକାତାକୁ ଗୋରୁ ଚାଲାଣ ହେଉଥିଲା | ତେବେ ସ୍କର୍ପିଓ ଥିବା ସମସ୍ତେ ଫେରାର ହୋଇଯାଇଛନ୍ତି |
Related Posts
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021