ଚାଲାଣ ବେଳେ ଗୋରୁ ବୋଝେଇ ଗାଡି ଜବତ ; ଡ୍ରାଇଭର ଫେରାର
6/03/2019 at 8:19 AM

ଅନୁଗୁଳ ୬|୩ : ଅନୁଗୁଳରୁ ୪ଟି ଗୋରୁ ବୋଝେଇ ଟ୍ରକ ଜବତ ହୋଇଛି । ବଅଁରପାଳ ନରେନ୍ଦ୍ରପୁର ନିକଟରୁ ଗୋରୁ ବୋଝେଇ ଟ୍ରକ ଜବତ କରିଛି ପୋଲିସ । ଜବତ ଗାଡିରୁ ୧୫୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଛନ୍ତି । ସମ୍ବଲପୁରରୁ ଭଦ୍ରକ ଚାଲାଣ ହେଉଥିବା ବେଳେ ଧରା ପଡିଛି ।ଘଟଣାସ୍ଥଳରେ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଗୋରୁଙ୍କୁ ପଞ୍ଚମହଲା ଗୋଶାଳାକୁ ପଠାଯାଉଛି ।