ବିଲେଇ ମଧ୍ୟ ହୋଇପାରନ୍ତି କରୋନାର ଶିକାର, ଅଧିକ ଅନୁଧ୍ୟାନ କରୁଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
9/04/2020 at 10:23 AM

ନୂଆଦିଲ୍ଲୀ, ୦୯|୦୪: କେବଳ ମଣିଷ କିମ୍ବା ବାଦୁଡି ନୁହେଁ ବିଲେଇ ମଧ୍ୟ କରୋନା ଭାଇରସ ସଂକ୍ରମିତ ହୋଇପାରେ । ଏନେଇ ଜର୍ଣ୍ଣାଲ ସାଇନସ୍ ନାମକ ଏକ ଓ୍ୱେବସାଇଟରେ ରିପୋର୍ଟ ପ୍ରକାଶିତ ହୋଇଛି । ଏକ ଗବେଷଣାରେ କୁକୁର, ଚିକେନ, ଘୁଷୁରୀ ଓ ବତକମାନେ କରୋନା ବାହାକ ନୁହଁନ୍ତି ବୋଲି କୁହାଯାଇଛି ।
କେଉଁ କେଉଁ ପଶୁପକ୍ଷୀଙ୍କୁ କରୋନା କରୋନା ଭାଇରସ ସଂକ୍ରମିତ କରେ ସେନେଇ ଏହି ଗବେଷଣା କରାଯାଇଥିଲା । କରୋନା ଭାଇରସ ଏବେସୁଦ୍ଧା ୮୩ହଜାରରୁ ଅଧିକ ଜୀବନ ନେଇଥିବା ବେଳେ ୧୪ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଭାଇରସ ବାଦୁଡିଠାରୁ ମଣିଷକୁ ବ୍ୟାପିଥିବା କୁହାଯାଉଛି । ନିକଟରେ ନ୍ୟୁୟର୍କ ଚିଡିଆଖାନାର ଏକ ବାଘର ରକ୍ତରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଚାଇନର କିଛି ଗବେଷକ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ବିଲେଇମାନେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଥିବା କୁହାଯାଇଛି । ସେହିପରି ଏହି ରିପୋର୍ଟରେ ସଂକ୍ରମିତ ବ୍ୟକ୍ତି ଗୃହ ପାଳିତ ପଶୁପକ୍ଷୀଙ୍କ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି । ଯେପରି ପୋଷାଜନ୍ତୁମାନେ ଭାଇରସ ସଂକ୍ରମଣର ଶିକାର ନହୁଅନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଏଦିଗରେ ଅଧିକ ତଦନ୍ତ ଜାରି ରହିଛି । ଏହାକୁ ପୁଙ୍ଖାନୁପୁଙ୍ଖ ଭାବେ ତଦାରଖ କରାଯିବ ବୋଲି ସଙ୍ଗଠନ କହିଛି । ତେବେ ସଂକ୍ରମଣରେ ପୋଷାଜନ୍ତମାନେ ଏକ ବଡ ଭୂମିକା ଗ୍ରହଣ ରୁନଥିଲେ ମଧ୍ୟ ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ସଂଗଠନର ଅଧିକାରୀ ମାରିଆ ଭାନ୍ କେରଖୋବ୍ ଏକ ଟେଲିଭିଜନକୁ କହିଛନ୍ତି । ଏହାକୁ ନେଇ ପଶୁପକ୍ଷୀଙ୍କ ପ୍ରତି ଅତ୍ୟାଚାର ନକରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।