ମିସ୍ ୟୁନିଭର୍ସ ୨୦୧୮ ମୁକୁଟ ପିନ୍ଧିଲେ କାଟ୍ରିଓନା
18/12/2018 at 11:00 AM

ମିସ୍ ଫିଲିପାଇନ୍ସ କାଟ୍ରିଓନା ଗ୍ରେ ବିଶ୍ବର ଅନ୍ୟ ୯୩ ସୁନ୍ଦରୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ୨୦୧୮ ମୁକୁଟ ପିନ୍ଧିଛନ୍ତି। ବ୍ୟାଙ୍କକ୍ ରେଆୟୋଜିତ କାର୍ଯ୍ୟକ୍ରମରେ କାଟ୍ରିଓନାଙ୍କୁ ୨୦୧୭ ମିସ୍ ୟୁନିଭର୍ସ ଡେମି ଲେ ନିଲ୍ -ପିଟର୍ସ ମୁକୁଟ ପିନ୍ଧାଇଛନ୍ତି। ତେବେ ପ୍ରତିଯୋଗିତାରେ ଅଂଶଗ୍ରହଣକରିଥିବା ଭାରତର ନେହାଲ୍ ଚୁଡ଼ାସମା ଶ୍ରେଷ୍ଠ ୨୦ ଜଣଙ୍କମଧ୍ୟରେ ବି ସାମିଲ ହୋଇପାରି ନାହାନ୍ତି। ଦକ୍ଷିଣ ଆଫ୍ରିକାର ତାମାରିନ୍ ଗ୍ରିନ୍ ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ଭେନେଜୁଏଲାରଷ୍ଟେଫାନି ଗୁଟେରେଜ୍ ତୃତୀୟ ହୋଇଛନ୍ତି।