Unlock-0.5କୁ ନେଇ କ୍ୟାଟରର ଆଶାବାଦୀ, ଆଗକୁ ବିବାହ ଋତୁ ବେଶ ଜମିବ କାରବାର

Published By : Prameya-News7 Bureau | October 06, 2020 IST

କରୋନା ଲକଡାଉନ୍‌ କ୍ୟାଟେରରଙ୍କ ଧନ୍ଦା ଛଡେଇନେଇଛି। ତେବେ ଲକଡାଉନ୍ ପରେ ଅନଲକ ପର୍ଯ୍ୟାୟ ଆରମ୍ଭ ହେବା ଏବେ ସେମାନଙ୍କୁ ପୁଣି ଆଶାବାଦୀ କରିଛି। ଏଣୁ କୋଭିଡ ପୂର୍ବର ଖାଦ୍ୟର ବର୍ଗମାଳା ଓ ସ୍ୱାଦ ଲୋକଙ୍କୁ ପୁଣି ଚଖାଇବାଲାଗି ସେମାନେ ବେଶ୍ ଉତ୍ସାହି ହୋଇଉଠିଛନ୍ତି। କରୋନାଭାଇରସ ମହାମାରୀ ଯୋଗୁ କ୍ୟାଟରିଂ ଇଣ୍ଡଷ୍ଟ୍ରି ଅନୁନ୍ୟ ୨୪୦ କୋଟି ଟଙ୍କାର କାରବାର ହରାଇଛି। ଏବେ ଅନଲକ୍ ୫ ସାଙ୍ଗକୁ ଦେଶରେ ବିବାହ ଋତୁ ସେମାନଙ୍କୁ ପୁଣି କାରବାର ଯୋଗାଇ ଦେବ ବୋଲି ଆଶାୟୀ ହୋଇଉଠିଛନ୍ତି।

{"id":339668,"sizeSlug":"large"}

ବିବାହ ହେଉ କି ନିର୍ବନ୍ଧ ଅଥବା ବାର୍ଥ ଡେ କ୍ୟାଟେରଙ୍କ ବିନା ସବୁ କାମ ଅଧୁରା। ଏଣୁ ସମସ୍ତଙ୍କ ଅଗୋଚରରେ କ୍ୟାଟରିଂ ଓ ସର୍ଭିସ ଏକ ନୂଆ ଉଦ୍ୟୋଗ ହୋଇଛିଡା ହୋଇଯାଇଥିଲା। ଗାଁରୁ ସହର ସବୁଠି ଉପଲବ୍ଧ ହେଉଥିଲା କ୍ୟାଟରିଂ। ହେଲେ କୋଭିଡ ଲକଡାଉନ୍ ଅନ୍ୟ ଧନ୍ଦା ସହ କ୍ୟାଟରିଂକୁ ମଧ୍ୟ ଘରେ ଲକ୍ କରିଦେଇଥିଲା। ଉତ୍ସବ ପର୍ବପର୍ବାଣୀ ଉପରେ ସରକାରୀ କଟକଣା ଏପରି ବ୍ୟବସାୟୀଙ୍କ ଧନ୍ଦା ପାଣି କରିଦେଇଥିଲା।

{"id":339670,"sizeSlug":"large"}

ଦେଶରେ ନଭେମ୍ବର ୨୫ରୁ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ତେବେ ତା ପୂର୍ବରୁ ପର୍ବପର୍ବାଣୀ ଲାଗି ଏବେଠୁ ଅର୍ଡର ଆସିଲାଣି ବୋଲି କ୍ୟାଟରିଂ ସଂସ୍ଥାର ପରିଚାଳକମାନେ ସୂଚିତ କରିଛନ୍ତି। ଦେଶର ମଧ୍ୟମବର୍ଗିୟ ସହରରେ ଅନୁନ୍ୟ ୫ଶହ ରୁ ଅଧିକ କ୍ୟାଟେରର ବର୍ଷତମାମ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି। ସେହି ଅନୁସାରେ ଦେଶରେ ମୋଟ କ୍ୟାଟେରରଙ୍କ ସଂଖ୍ୟା ଅନୁମାନ କରାଯାଇପାରେ। କ୍ୟାଟେରରଙ୍କ ଅନୁସାରେ ବଡ ଓ ଛୋଟ ବ୍ୟବସାୟୀ ମଧ୍ୟ ଅଛନ୍ତି। ଯେଉଁମାନେ ଋତୁକାଳୀନ ହେଲେବି ହଜାର ହଜାର ଲୋକଙ୍କ ଜୀବିକା ଚଳାଉଛନ୍ତି।

{"id":339671,"sizeSlug":"large"}

ଏହି କାରବାରରେ ସମସ୍ତେ ଦୈନିକ ହିସାବରେ ପାରିଶ୍ରମିକ ପାଇଥାନ୍ତି। ହେଲେ ଲକଡାଉନ ସମସ୍ତଙ୍କ ହାତରେ ତାଲା ପକାଇଦେଇଥିଲା। ଜଣେ ଜଣେ କ୍ୟାଟେରରଙ୍କ ସହ ୩୦ରୁ ୪୦ ଜଣ ଲୋକେ କାମ କରିଥାନ୍ତି। କେତେକ କ୍ଷେତ୍ରରେ ଶହେରୁ ଅଧିକ ଲୋକେ ମଧ୍ୟ କାମ ପାଇଥାନ୍ତି। ତେବେ ଏଭଳି ବ୍ୟବସାୟ ସହ ଜଡିତ ଲୋକେ ଓ ବ୍ୟବସାୟୀଙ୍କର କୌଣସି ସଂଘ ଅଥବା ସଙ୍ଗଠନ ନାହିଁ। ତଥାପି ଏମାନଙ୍କ କାମ ବେଶ ଭଲ ଚାଲିଛି।

{"id":339672,"sizeSlug":"large"}

ଆଗରୁ ଗୋଟିଏ ଗୋଟିଏ ଅର୍ଡରରେ ଅନୁନ୍ୟ ୫୦୦ରୁ ୧୦୦୦ ଲୋକଙ୍କ ଲାଗି ବରାଦ ମିଳୁଥିଲା। ହେଲେ ଏବେ ଅତିବେଶିରେ ୧୦୦ ଅର୍ଡର ମିଳିପାରୁଛି। ଏଥିରୁ ଲାଭ ଆଶା ନାହିଁ, ହେଲେବି କାମ ଖୋଲିଥିବାରୁ ଉତ୍ସାହରେ ଲୋକେ କାମରେ ଲାଗିପଡୁଥିବା ଏକ କ୍ୟାଟେରିଂ ସଂସ୍ଥାର ମାଲିକ କହିଛନ୍ତି। ହେଲେ ଏବେ ସବୁଠୁ ବଡ ସମସ୍ୟା ହେଉଛି କାରିଗର ମିଳିବା ବୋଲି ସେ କହିଛନ୍ତି। ଲକଡାଉନ୍‌ ଯୋଗୁ ଲୋକେ ପେଷା ବଦାଳାଇ ଦେଇଛନ୍ତି। ସେମାନେ ଏହି ସମୟରେ ନୂଆ ବ୍ୟବସାୟ ସହ ନିଜକୁ ଖାପ ଖୁଆଇନେବା  ଏବେ କ୍ୟାଟରିଂ ଲାଗି ଲୋକ ମିଳିବା ନୂଆ ସମସ୍ୟା ଭାବେ ଦେଖା ଦେଇଛି ବୋଲି ବ୍ୟବସାୟୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.