ଫୁଟ୍‌ବଲ୍ ଷ୍ଟାଡିୟମରେ ଏଭଳି ଭାବେ ଝୁଲୁଥିଲା ବିଲେଇ: ହଠାତ୍‌ ତଳକୁ ଖସିଲା ଆଉ ତା ପରେ…

Published By : Prameya-News7 Bureau | September 13, 2021 IST

ନୂଆଦିଲ୍ଲୀ ୧୩/୦୯ : ସାଧାରଣତଃ ବିଲେଇ ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଥାଏ । ଲୋକମାନେ ତାଙ୍କ ପୋଷା ବିଲେଇକୁ ନେଇ ସବୁ ସ୍ଥାନକୁ ଯାଇଥାନ୍ତି । ହେଲେ ଯଦିସେହି ବିଲେଇ ମୃତ୍ୟୁ ମୁଖରେ ପଡେ ତାହାଲେ ଆପଣ ମଧ୍ୟ ଡରି ଯିବେ । କଥାରେ ଅଛି ବିଲେଇମାନଙ୍କର ୯ ଜୀବନ ରହିଛି। ଆଉ ବାସ୍ତବରେ ତାହା ପ୍ରମାଣିତ ହୋଇଛି। ଯାହାକି ଏଭଳି ଏକ ଘଟଣା ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ।ଆମେରିକାର ମିଆଁମିରେ ଥିବା ହାର୍ଡ ରକ୍ ଷ୍ଟାଡିୟମରେ। ତାହା ପୁଣି ମରଣ ମୁଖରୁ ବଞ୍ଚି ଯାଥିଲା କୁନି ବିଲେଇଟି । ତେବେ ମରଣ ମୁଖରୁ ବଞ୍ଚାଇଛି ପୁଣି ପତାକା , ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ଷ୍ଟାଡିୟମରେ ଫୁଟବଲ୍ ମ୍ୟାଚ୍ ଚାଲିଥିଲା। ମ୍ୟାଚ୍ ଚାଲିଥିବା ବେଳେ ଗ୍ୟାଲେରୀର ଅନେକ ଦର୍ଶକ ବସି ମ୍ୟାଚ୍ ଦେଖୁଥିଲେ । ଠିକ୍ ସେହି ସମୟରେ ହଠାତ୍ ବାଲକୋନୀରେ ଫସିଯାଇଥିବା ଏକ ବିଲେଇ। ବିଲେଇ ବାଲକୋନୀରୁ ଖସି ପଡ଼ିବା ଏକ ପ୍ରକାର ନିଶ୍ଚିତ ଥିଲା। କିନ୍ତୁ ବିଲେଇକୁ ବଞ୍ଚାଇ ଦେଲା ଆମେରିକା ପତାକା। ଏହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

wp:html /wp:html

ଭିଡିଓରେ ଦେଖିବାକୁ ମିଳିଛି ଯେ ଷ୍ଟାଡିୟମରେ ଖଚାଖଚ୍ ଭରି ରହିଛନ୍ତି ଦର୍ଶକ। ଏହାରି ଭିତରେ ଏକ ବିଲେଇଟି ବାଲକୋନୀରେ କୌଣସି ଅବହେଳାରୁ ଝୁଲି ପଡ଼ିଥିଲା। ବିଲେଇର ଗୋଡ଼ ଧୀରେ ଧୀରେ ଖସୁ ଥିବାର ଦେଖି ତଳେ ଛିଡ଼ା ହୋଇଥିବା ଦର୍ଶକ ହାତରେ ଆମେରିକା ପତାକା ଧରି ଦେଖାଇଥିଲେ। ବିଲେଇର ଗୋଡ଼ ଯେତେବେଳେ ଖସିଲା, ସେହି ସମୟରେ ତଳେ ଛିଡ଼ା ହୋଇଥିବା ଦର୍ଶକ ବିଲେଇକୁ ସେହି ପତାକାରେ ଧରି ପକାଇଥିଲେ।

wp:html /wp:html

ଏହା ପରେ ବିଲେଇଟିର ଉଦ୍ଧାର ଦେଖି ଲୋକମାନେ ଖୁସିରେ ଡେଇଁ ଥିଲେ । ଆଉ ସୌଭାଗ୍ୟବଶତଃ ବିଲେଇଟି ବଞ୍ଚି ଯାଇଥିଲା। ଯଦି ବିଲେଇଟି ତଳେ ପଡ଼ିଥାନ୍ତା, ତାହେଲେ ସେ ଆଉ ବଞ୍ଚିନଥାନ୍ତା। କିନ୍ତୁ ସେଠାରେ ଉପସ୍ଥିତ ଥିବା ଦର୍ଶକ ବିଲେଇଟିର ଜୀବନ ବଞ୍ଚାଇ ଦେଇଥିଲେ। ଯାହାକି ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓଟିକୁ ବର୍ତ୍ତମାନ ଲକ୍ଷାଧିକ ଲୋକେ ଦେଖି ସାରିଲେଣି। ତେବେ ରିପୋର୍ଟ ମୁତାବକ, ବିଲେଟିକୁ ଷ୍ଟାଡିୟମ ସୁରକ୍ଷା କର୍ମୀ ଧରି ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ବିଲେଇର ଦେହରେ ମଧ୍ୟ କୌଣସି ଆଘାତ ଲାଗିନଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.