Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବିଲେଇକୁ ଗୁଳି କରି ହତ୍ୟା :ଖାରବେଳ ନଗର ଥାନାରେ ଅଭିଯୋଗ କଲେ ମାଲିକ

18/12/2019 at 5:07 PM

ଭୁବନେଶ୍ବର ୧୮/୧୨:  ଅତି ଅମାନୁଷିକ ଓ ବର୍ବର କାଣ୍ଡ ।  ଏକ ନିରୀହ ଜନ୍ତୁ ଉପରକୁ ଗୁଳିମାଡ । ଗୁଳିମାଡରେ ବିଲେଇ ମାଉସୀର ମ଼ତ୍ୟୁ । ଘଟଣା ଘଟିଛି ୟୁନିଟ ଫୋର ପୋଷ୍ଟାଲ କଲୋନି ଆଗରେ ଥିବା ଆଇଭିଏମ ୩୮ ରେ ଥିବା କ୍ବାଟର୍ସ ଆଗରେ ।

ପୁଷି ମାଉସୀ ମୁଣ୍ଡକୁ ଗୁଳି । ଆଉ ଏଥିରେ ବିଲେଇର ମୃତ୍ୟୁ ହୋଇଛି। କ୍ରୁର ମଣିଷର ଆଉ ଏକ ବୀଭତ୍ସ ଚିତ୍ର ଦେଖିବାକୁ ମିଳିଛି ଭୁବନେଶ୍ବରର ୟୁନିଟ ଫୋର ଆଇଭିଏମ ୩୮ ନମ୍ବର କ୍ବାଟର୍ସ ଆଗରେ । ପୋଷ୍ଟାଲ କଲୋନୀ ପାଚେରୀ କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଲେଇଟିକୁ ଦେଖିଥିଲେ ଏହାର ମାଲିକ ସୁଶାନ୍ତ ପଟ୍ଟନାୟକ। ବିଲେଇ ମୁଣ୍ଡରେ ଗୁଳି ବାଜିଥିବା ଦେଖି ତୁରନ୍ତ ଏହାକୁ ଭେଟନାରୀ ହସପିଟାଲକୁ ଅଣିଥିଲେ । ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁ ବିଲେଇଟିର ମ଼ତ୍ୟୁ ଘଟିଥିଲା। ବିଲେଇର ମାଲିକଙ୍କ ସୁଶାନ୍ତ ପଟ୍ଟନାୟକ ସିଧା ସଳଖ ଅଭିଯୋଗ କରିଛନ୍ତି ଯେ ତାଙ୍କ ପଡୋଶୀ ହିଁ ଏଭଳି କାଣ୍ଡ ଘଟାଇଛନ୍ତି । କାରଣ ଏହା ପୁର୍ବରୁ ପଡୋଶୀ ଜଣକ ଅନେକ ଥର ତାଙ୍କ ଘର ପାଖରେ ପକ୍ଷୀ ଶିକାର କରିଥିବା ଦେଖିବାକୁ ମିଳିଛି ।

ତେବେ ଏକ ନୀରିହ ବିଲେଇ ପୁଣି କାହିଁ ଜଣେ ଗୁଳିମାରିବ। ଏହା ପଛରେ ଶିକାର କାରଣ ହୋଇନପାରେ। ତେଣୁ ଏହା ପଛରେ ଏକ କ୍ରୁର ମାନସିକତା ଅଛି ତାହା ସ୍ପଷ୍ଟ। ନିକଟରେ ଏକ କୁକୁର ଛୁଆ ଉପରେ ଗାଡ଼ି ଚଢ଼ାଇ ମାରିଦେଇଥିବା ଜଣେ କ୍ୟାବ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା । ବିଲେଇର ମାଲିକ ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି।  ସେପଟେ କାହା ବନ୍ଧୁକରୁ ଏହି ଗୁଳି ଚାଲିଥିଲା। ଏବଂ ଗୁଳିକୁ ନେଇ ପୋଲିସ ଅନୁସଂଧାନ କରିବ ନିଶ୍ଚୟ।

ଓୟୁଏଟି ଭେଟେରନାରୀରେ ବିଲେଇର ମୃତ୍ୟୁ ପରେ ଏହାର ଶବ ବ୍ୟବଚ୍ଛେଦ କରାଯାଇଛି। ପୋଲିସ ଅନୁସଂଧାନ ପରେ ଜଣା ପଡ଼ିବ ସେହି ନିର୍ମମ ବ୍ୟକ୍ତି ଜଣଙ୍କ କିଏ, ତାର ଚେହେରା ସମସ୍ତଙ୍କ ସାମ୍ନାକୁ ଆସିବା ଦରକାର।

   Related Posts