ବିଲେଇ ମୁହଁ ଦେଖିଲେ ଦିନଟା ଶୁଭ : ବିଲେଇ ଜଗୁଛି ମାଛ , ଆଣି ଦେଉଛି ମାଛ, ଭଦ୍ରକର କରଦା ଗାଁର ନିଆରା କାହାଣୀ…

Published By : Prameya-News7 Bureau | November 05, 2020 IST

ଭଦ୍ରକ ୦୫।୧୧: ବିଲେଇ ରାସ୍ତା କାଟିଲେ ଅଶୁଭ , ଭଲ କାମ ବିଗିଡି ଯାଏ ବୋଲି ବିଶ୍ୱାସ ରହିଆସିଛି ।  ଏପରି କାହିଁ କେତେ ବିଶ୍ଵାସ ଓ ଅନ୍ଧବିଶ୍ଵାସ ରହିଛି । କିନ୍ତୁ ଏଠି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି । ଗାଁରେ ଗୋଟିଏ ବିଲେଇରୁ ୨୨ଟି ବିଲେଇ ପାଳିତ ହେଉଛନ୍ତି ଜଣଙ୍କ ଘରେ । ମାଛ ଧରି ମାଲିକଙ୍କ ଘରକୁ ଆଣନ୍ତି । ଗାଁ ଲୋକେ ମଧ୍ୟ ବିଶ୍ଵାସ ରଖନ୍ତି ଯେ ସଖାଳୁ ବିଲେଇ ମୁହଁ ଦେଖିବା ଶୁଭ , ସଖାଳୁ ବିଲେଇ ଦେଖିଲେ ଦିନ ଭଲରେ କଟିଥାଏ । ଆଉ ବେପାର ମଧ୍ୟ ଖୁବ ଭଲ ହୁଏ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କରଦା ଗାଁରୁ ଏପରି ବିଶ୍ଵାସର କାହାଣୀ ରହିଛି ।

{"id":356460,"sizeSlug":"large"}

ଉଦ୍ଧବ ସାହୁ , ଘର ଧାମନଗର ବ୍ଲକ କରଦା ପଞ୍ଚାୟତରେ । ବୟସର ଅପରାହ୍ନରେ ବିଲେଇଙ୍କ ପ୍ରତି ଭଲ ପାଇବା ତାଙ୍କର କିଛି କମ୍‌ ନୁହେଁ । ଗୋଟିଏ ବିଲେଇ ପାଳି ଥିଲେ , ଏବେ ସେହି ସଂଖ୍ୟା ବଢି ୨୨ରେ ପହଞ୍ଚିଲାଣି । ସବୁ ବିଲେଇଙ୍କ ନାମ ଦେଇଛନ୍ତି ଉଦ୍ଧବ । କାହା ନାମ ବଡ ବେଲୁନୁ ତ କାହାର ନାମ କାଞ୍ଚି । ଏମିତି ୨୨ ବିଲେଇଙ୍କର ୨୨ ନାମ । ସମସ୍ତଙ୍କ ପାଇଁ ପ୍ରତ୍ୟକ ଦିନ ଆମିଷ ରନ୍ଧା ଯାଏ । ରନ୍ଧା ସରିଲେ ଉଦ୍ଧବଙ୍କ ଡାକ ଶୁଣି ଦଉଡି ଆସନ୍ତି ବିଲେଇ । ସୁଧାର ପିଲାଙ୍କ ପରି ନିଜ ନିଜ ଥାଳି ପାଖରେ ବସନ୍ତି । ଖାଇବା ମିଳିଲେ ଖାନ୍ତି । ଖାଇବା ସରିଲେ ଘର ଭିତରେ ଶୁଆନ୍ତି ପୁଣି ଉଠି ସାରି ଉଦ୍ଧବଙ୍କ ସହ ବଜାର ବୁଲିବା ପାଇଁ ଯାଆନ୍ତି ।

{"id":356461,"sizeSlug":"large"}

ତେବେ ଉଦ୍ଧବ କୁହନ୍ତି ଯେ, ବିଲେଇ ମାଛ ଧରି ଘରକୁ ଆଣନ୍ତି । ଘରେ ସେମିତି କୌଣସି ଅସୁବିଧା କରନ୍ତି ନାହିଁ । ଖାଇବା ସମୟରେ ଖାଆନ୍ତି ଓ ଶୋଇବା ସମୟରେ ଶୋଇଥାନ୍ତି । ତାଙ୍କ ସହ ବଜାର ବୁଲନ୍ତି । ପୁଣି ବେଳେ ବେଳେ ମାଛ ଧରିବା ପାଇଁ ଗଲେ ସାଙ୍ଗରେ ଯାନ୍ତି ଆଉ ମାଛ ଧରି ଘରକୁ ଆସନ୍ତି । ଉଦ୍ଧବଙ୍କ ପରିବାର ଲୋକେ କହନ୍ତି ଯେ, ବିଲେଇଙ୍କ ପାଇଁ କୌଣସି ଅସୁବିଧା ହୁଏନାହିଁ । କୌଣସି ପ୍ରକାରର ଅପରିଷ୍କାର ମଧ୍ୟ କରନ୍ତି ନାହିଁ । ଗ୍ରାମବାସୀଙ୍କ ମତ ମଧ୍ୟ ସମାନ । ଅଧିକାଂଶ ଲୋକେ ବିଲେଇକୁ ଅଶୁଭ ମାନୁଥିବା ବେଳେ ଏଠି କିନ୍ତୁ ନିଆରା ଚିନ୍ତାଧାର । ଲୋକେ କୁହନ୍ତି ସକାଳୁ ବିଲେଇ ମୁହଁ ଦେଖିଲେ ଦିନ ଭଲରେ କଟେ । ଗାଁର ବ୍ୟବସାୟୀ କୁହନ୍ତି ଯେଉଁ ଦିନ ବିଲେଇ ମୁହଁ ଦେଖନ୍ତି କିମ୍ବା ଯିବା ରାସ୍ତାରେ ବିଲେଇ ଦେଖନ୍ତି ସେହିଦିନ ଭଲ ବ୍ୟବସାୟ ହୁଏ ।

{"id":356462,"sizeSlug":"large"}

ସେଥିପାଇଁ ଖୁବ ଖୁସି ଲାଗେ । ଉଦ୍ଧବଙ୍କ ବିଲେଇ ପାଳନ ନେଇ କୌଣସି ପ୍ରକାର ଅଭିଯୋଗ କରିନାହାନ୍ତି ଗ୍ରାମବାସୀ । କିନ୍ତୁ ଲୋକେ ଏବେ ନିଜ ଚିନ୍ତାଧାରା ବଦଳାଇବା ସହ ଅନ୍ଧବିଶ୍ଵାସ ର ଅନ୍ଧ ଗଳିରୁ ବାହାରିବା ଆବଶ୍ୟକ । ବିଲେଇକୁ ଅଶୁଭ ଭାବୁଥିବା ଲୋକଙ୍କ ପାଇଁ ଏହି ଗାଁ ଏକ ଉଦାହରଣ ପାଲଟିଛି । ବିଶ୍ଵାସ ଆଉ ଅନ୍ଧବିଶ୍ଵାସ ମଧ୍ୟରେ ନୂଆ ଉଦାହରଣ ଉଦ୍ଧବ । ବିଲେଇ ପାଳନ ନୁହେଁ , ବିଲେଇକୁ ନେଇ ବହୁ ଅନ୍ଧବିଶ୍ଵାସର କାହାଣୀ ମଧ୍ୟ  ଏଇଠି  ସମାପ୍ତ  ହେଉଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.