ମୁମ୍ବାଇ ୦୮/୦୬: ପ୍ରସିଦ୍ଧ କାଷ୍ଟିଂ ନିର୍ଦ୍ଦେଶକ ସେହର ଅଲି ଲତିଫଙ୍କ ହୃଦଘାତ ଯୋଗୁଁ ସୋମବାର ଦିନ ଦେହାନ୍ତ ହୋଇଛି। କିଡ୍ନୀ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଧୀରେ ଧୀରେ ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିଲା। ଶେଷରେ ସେହର ଦୁନିଆକୁ ବିଦାୟ ଦେଇଛନ୍ତି।
{"width":635,"height":423}ସେହର ମ୍ୟୁଟାଣ୍ଟ ମୁଭିଜର ସହ-ପ୍ରତିଷ୍ଠାତା ଥିଲେ। ସେ 'ଲଞ୍ଚ ବକ୍ସ', 'ଶକୁନ୍ତଳା ଦେବୀ' ଏବଂ 'ମସ୍କା' ଭଳି ଅନେକ ଫିଲ୍ମର କାଷ୍ଟିଂ ନିର୍ଦ୍ଦେଶକ ଥିଲେ। ତାଙ୍କ ସହକର୍ମୀ ତଥା ନିର୍ଦ୍ଦେଶକ ନୀରଜ ଉଦୱାନୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଥିଲେ ଯେ ସେହରଙ୍କ କିଡ୍ନୀ କାମ ବନ୍ଦ କରିଦେଇଛି। ତାଙ୍କୁ ଆଠ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆଣ୍ଟିବାୟୋଟିକ୍ ନେଉଥିଲେ ଆଉ ସୁସ୍ଥ ହେଉଥିଲେ କିନ୍ତୁ ତାଙ୍କର ହୃଦଘାତ ହେବା ଯୋଗୁଁ ସବୁ ଶେଷ ହୋଇଗଲା ।
ବଲିଉଡ ଷ୍ଟାରମାନେ ସେହରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଅନୁରାଗ କଶ୍ୟପ, ହୁମା କ୍ୟୁରେଶି, ରାଜକୁମାର ରାଓ, ଶିବାନୀ ଦାଣ୍ଡେକର, ମିଥୀଲା ପାଲକର, ସାନିଆ ମଲହୋତ୍ରା, ନୋରା ଫତେହି, ମସାବା ଗୁପ୍ତାଙ୍କ ସହିତ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
wp:html/wp:htmlI don’t believe it, unfair parting with a kind soul and real friend. Goodbye Seher, I hope there is another side. https://t.co/S93m6wXQu5
— riteshbatra (@riteshbatra) June 7, 2021
'ଲଞ୍ଚ ବକ୍ସ' ନିର୍ଦ୍ଦେଶକ ରିତେଶ ବତ୍ରା ଲେଖିଛନ୍ତି, ‘ମୁଁ ଏହାକୁ ବିଶ୍ୱାସ କରିପାରୁ ନାହିଁ। ଏକ ଦୟାଳୁ ଏବଂ ପ୍ରକୃତ ବନ୍ଧୁ ପ୍ରତି ଅନ୍ୟାୟ । ବିଦାୟ ସେହର, ମୁଁ ଆଶା କରୁଛି ଏହାର ଆଉ ଏକ ପାର୍ଶ୍ୱ ଅଛି। '
wp:html/wp:htmlSeher, I teased you ‘coz I didn’t know how to tell you how much I like you- for ur warmth, for ur cheer, for ur gentle goodness, for ur kindness to strugglers, for ur fun, for ur beliefs, for standing up for me, for unwittingly helping me out of a dark place. #SeherAlyLatif 1/n pic.twitter.com/Av83612U82
— Swara Bhasker (@ReallySwara) June 7, 2021
ଅଭିନେତ୍ରୀ ସ୍ୱରା ଭାସ୍କର ସାହାରଙ୍କ ସହ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ‘ମୁଁ ଆପଣଙ୍କୁ ହଇରାଣ କରୁଥିଲି କାରଣ ମୁଁ ଆପଣଙ୍କୁ କହିପାରେ ନାହିଁ ଯେ ମୁଁ ଆପଣଙ୍କୁ କେତେ ପସନ୍ଦ କରେ।‘