ଅଭିନେତ୍ରୀଙ୍କ ପ୍ରାଇଭେଟ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରି କାଷ୍ଟିଂ ଡାଇରେକ୍ଟର ଗିରଫ

Published By : Prameya-News7 Bureau | March 18, 2020 IST

ମୁମ୍ବାଇ ୧୮/୩: ମୁମ୍ବାଇ ପୋଲିସ୍ ଜଣେ ୨୮ବର୍ଷ ବୟସ୍କ କାଷ୍ଟିଂ ଡାଇରେକ୍ଟରଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ଜଣେ ଅଭିନେତ୍ରୀ ଏବଂ ତାଙ୍କ ବନ୍ଧୁଙ୍କ କିଛି ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଅଭିଯୁକ୍ତଙ୍କ ନାଁ ମହାବୀର ଓରଫ ନକୁଳ। ପୋଲିସ୍ ଅଭିଯୁକ୍ତକୁ ପଚରାଉଚୁରା କରୁଛି। ପୋଲିସର କହିବା ଅନୁସାରେ,ପୀଡ଼ିତାଙ୍କ ବୟଫ୍ରେଣ୍ଡ ମଧ୍ୟ କାଷ୍ଟଂ ଡାଇରେକ୍ଟର। ମହାବୀର କିଛି ମାସ ତଳେ ତାଙ୍କୁ ଏକ ସିରିୟଲର କାଷ୍ଟିଂ କାମ ପାଇଁ ୩ଲକ୍ଷ ଟଙ୍କା ଦେଇଥିଲେ। କୌଣସି କାରଣବଶତଃ ସେହି ପ୍ରୋଜେକ୍ଟରେ କାମ ଆରମ୍ଭ ହୋଇ ପାରିନଥିଲା। ଏହା ପରଠୁ ମହାବୀର ସେହି ଅଭିନେତ୍ରୀଙ୍କ ବୟଫ୍ରେଣ୍ଡଙ୍କଠୁ ଟଙ୍କା ମାଗିଥିଲେ ଏବଂ ତାଙ୍କ ମୋବାଇଲ୍ ନମ୍ବର ନେଇଥିଲେ।

 ପୋଲିସ୍ କହିଥିଲା ଯେ ଗତ ବର୍ଷ ଡିସେମ୍ବରରେ ଅଭିନେତ୍ରୀଙ୍କ ଜଣେ ସାଙ୍ଗ ତାଙ୍କୁ କହିଥିଲେ ଯେ ସେ ଅଭିନେତ୍ରୀ ଏବଂ ବୟଫ୍ରେଣ୍ଡଙ୍କ କିଛି ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଦେଖିଥିଲେ। ଏହା ପରେ ଅଭିନେତ୍ରୀ ଏବଂ ତାଙ୍କ ବୟଫ୍ରେଣ୍ଡ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ଅଭିଯୁକ୍ତ ବିରୋଧରେ ଅସଦାଚରଣ ଏବଂ ଆଇଟି ଆକ୍ଟ ଧାରା ଅନୁସାରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ରବିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା,ସେଠାରୁ ଅଦାଲତ ତାଙ୍କୁ ପୋଲିସ୍ ହେପାଜତରେ ପଠାଇଛନ୍ତି। ପୋଲିସର କହିବା ଅନୁସାରେ ମହାବୀର ସୋସିଆଲ ମିଡିଆରେ ଅନେକ ଫେକ୍ ଆକାଉଣ୍ଟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.