ତନୁଶ୍ରୀ-ନାନା ପାଟେକର ଦୁର୍ବ୍ୟବହାର ପ୍ରସଙ୍ଗ; ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପୂର୍ବରୁ ମଧ୍ୟ ଲାଗିଛି କାଷ୍ଟିଙ୍ଗ କାଉଚର ଅଭିଯୋଗ

Published By : Prameya-News7 Bureau | September 30, 2018 IST

୨୦୦୮ ମସିହାରେ ହିନ୍ଦୀ ଚଳଚିତ୍ର ଜଗତର ଅଭିନେତ୍ରୀ ତନୁଶ୍ରୀ ଦତ୍ତ ନିଜ ସହିତ ହୋଇଥିବା ଦୁର୍ବ୍ୟବହାର ବିଷୟରେ ମୁହଁ ଖୋଲିଛନ୍ତି | ତନୁଶ୍ରୀଙ୍କ କହିବା ଅନୁଯାୟୀ ନାନା ପାଟେକର ତାଙ୍କ ସହିତ ସୁଟିଂ ସେଟରେ ଦୁର୍ବ୍ୟବହାର କରିଥିଲେ | ଘଟଣାକୁ ସାମ୍ନାକୁ ଆସିବା ପରେ ହିନ୍ଦୀ ସିନେମା ଜଗତରେ ଭୂକମ୍ପ ଖେଳିଯାଇଛି | କେହି କେହି ତନୁଶ୍ରୀଙ୍କୁ ସହଯୋଗ କରୁଥିବା ବେଳେ କେହି ନାନା ପାଟେକରଙ୍କୁ ସହଯୋଗ କରୁଛନ୍ତି | ଏହି ସମୟରେ କିଛି ଅଭିନେତା ଅଭିନେତ୍ରୀ କିଛି ମନ୍ତବ୍ୟ ନଦେଇ ଚୁପ ରହିଛନ୍ତି | ତନୁଶ୍ରୀ ନାନା ପାଟେକରଙ୍କ ବିରୋଧରେ ଆଣିଥିବା ଏହି ଅଭିଯୋଗକୁ ନିଜେ ନାନା ପାଟେକର ଖାରଜ କରିବା ସହ ଆଇନର ସହାୟତା ନେବେ ବୋଲି କହିଛନ୍ତି | ତେବେ ହିନ୍ଦୀ ଚଳଚିତ୍ର ଜଗତରେ ଏଭଳି ଅଭିଯୋଗ ପ୍ରଥମ ନୁହେଁ | ପୂର୍ବରୁ ବହୁ ଅଭିନେତ୍ରୀ ଏଭଳି ଅଭିଯୋଗ ଆଣିଛନ୍ତି | ହେଲେ କିଛି ଅଭିନେତ୍ରୀ କୌଣସି ଅଭିଯୋଗ ନକରି ସବୁ ସହି ଏଭଳି କ୍ଷେତ୍ରରେ ନିଜର ଷ୍ଟେଟସ ବଜାୟ ରଖିବା ପାଇଁ ଚୁପ ରହିଯାନ୍ତି | ଏହା ପୂର୍ବରୁ ମଧ୍ୟ ବହୁ ଅଭିନେତ୍ରୀ କାଷ୍ଟିଙ୍ଗ କାଉଚକୁ ନେଇ ଅଭିଯୋଗ କରିଛନ୍ତି | କଙ୍ଗନା ରଣାୱତ :[gallery ids="46368"] କିଛି ବର୍ଷ ପୂର୍ବରୁ କଙ୍ଗନା ରଣାୱତ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ | ସେତେବେଳେ ତାଙ୍କ ସହିତ ମଧ୍ୟ ଦୁର୍ବ୍ୟବହାର ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ | ସେ ଆଦିତ୍ୟ ପଞ୍ଚଲିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ | ସେ କହିଥିଲେ ଆଦିତ୍ୟ ପଞ୍ଚଲି ବହୁ ଦିନ ଧରି ତାଙ୍କୁ ଯୌନ ଶୋଷଣ କରିଆସୁଥିଲେ | ରାଧିକା ଆପ୍ତେ :[gallery ids="46363"] ପେଡମ୍ୟାନରେ ଅଭିନୟ କରିଥିବା ଅଭିନେତ୍ରୀ ରାଧିକା ଆପ୍ତେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ | ରାଧିକା ଆପ୍ତେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅହଲ୍ୟା, ପେଡମ୍ୟାନ ମାଂଝୀ, ଫୋବିଆ ଭଳି ହିଟ ଫିଲ୍ମ ଦେଇଛନ୍ତି | ତେବେ ସେ ଅଭିଯୋଗ କରିଛନ୍ତି ଯେ, ଗୋଟିଏ ଫିଲ୍ମର ସୁଟିଂ ବେଳେ ରାଧିକାଙ୍କୁ ଜଣେ ଦକ୍ଷିଣ ସୁପରଷ୍ଟାର ତାଙ୍କ ସହିତ ଦୁର୍ବ୍ୟବହାର କରିବା ପାଇଁ ଚେଷ୍ଟା କରିଥିଲେ | ଯେଉଁଥିପାଇଁ ରାଧିକା ତାଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ | କଲକି କୋଚ୍ଲିନ : [gallery ids="46364"] ଫିଲ୍ମ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ କଲକି କୋଚ୍ଲିନ ନିଜର ଏକ ଇଣ୍ଟରଭିଉରେ କହିଥିଲେ ଯେ ଜଣେ ଫିଲ୍ମ ପ୍ରଯୋଜକ ତାଙ୍କୁ ଯୌନ ଶୋଷଣ କରିଥିଲେ | ପ୍ରଯୋଜକ ତାଙ୍କୁ ରାତ୍ରି ଭୋଜନ ପାଇଁ ଡାକିଥିଲେ | କହିଥିଲେ ଭୋଜନ ବେଳେ ଫିଲ୍ମର ସୁଟିଂକୁ ନେଇ କିଛି କଥାବାର୍ତା କରିବା | ସେଠାକୁ ଯାଇ କଲକି ଜାଣିବାକୁ ପାଇଲେ ଯେ, ସେମିତି କିଛି ଫିଲ୍ମର ପ୍ରୋଜେକ୍ଟ ହିଁ ନାହିଁ | ସନି ଲିଓନି :[gallery ids="46365"] ସନି ଲିଓନି ମଧ୍ୟ ଆଣିଛନ୍ତି ଏମିତି ଏକ ଅଭିଯୋଗ | ସେ କହିଛନ୍ତି ଯେ, ତାଙ୍କର ପ୍ରଥମ ମ୍ୟୁଜିକ ଭିଡିଓର ସୁଟିଂ ବେଳେ ଜଣେ ନାମିଦାମୀ ରାପର ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ | ସ୍ଵରା ଭାସ୍କର :[gallery ids="46369"] 'ବିରେ ଦି ୱେଡିଙ୍ଗ' ଫିଲ୍ମରେ ଅଭିନୟ କରିଥିବା ସ୍ଵରା ଭାସ୍କର ଜଣେ ନିର୍ଦେଶକଙ୍କ ନାଁରେ ଏଭଳି ଅଭିଯୋଗ ଆଣିଥିଲେ | ତାଙ୍କ ଭିଯୋଗ ଉପରେ ଡାନ୍ସ ଡ଼ାଇରେକ୍ଟର ସରୋଜ ଖାଁ କହିଥିଲେ ଏସବୁ ଇଣ୍ଡଷ୍ଟ୍ରିରେ କିଛି ନୂଆ ନୁହେଁ | ଏସବୁ ଏମିତି ଚାଲିଥାଏ | ସ୍ଵରା କହିଥିଲେ ତାଙ୍କୁ କଷ୍ଟ କଲାବେଳେ ନିର୍ଦେଶକ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ | ତେବେ ତନୁଶ୍ରୀଙ୍କ ଏହି ଅଭିଯୋଗର ଜବାବରେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ କହିଲେ ନାନା ପାଟେକର କେବେ ମଧ୍ୟ ଏଭଳି କାମ କରିନଥିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.