Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସାହି ସମାଜକୁ ପାଉଣା ନଦେବାରୁ ୩୦ ଘଣ୍ଟାରୁ ଅଧିକ ସମୟ ହେବ ପଡିରହିଛି ବୃଦ୍ଧଙ୍କ ମୃତଦେହ, ହୋଇପାରୁନି ଅନ୍ତିମ ସଂସ୍କାର

19/09/2019 at 1:54 PM

କଳାହାଣ୍ଡି ୧୯|୯: ୩୦ ଘଣ୍ଟାରୁ ଅଧିକ ହେବ ପଡିରହିଛି ବୃଦ୍ଧଙ୍କ ମୃତଦେହ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ମାଲଗୁଣ୍ଡି ଗାଁରେ ଅଭାବନୀୟ । ଜାତିଆଣ ସମାଜର ବିରୋଧ ଯୋଗୁଁ ଶବ ଦାହ ହୋଇପାରୁନାହିଁ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମାଲଗୁଣ୍ଡି ଗାଁର ଭୁବନେ ମାଝୀ ଅନ୍ୟ ଜାତିର ମହିଳାଙ୍କୁ ବିବାହ କରିଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ଭୁବନେ ଏକୁଟିଆ ରହୁଥିଲେ । ବାର୍ଦ୍ଧକ୍ୟ ତଥା ପକ୍ଷାଘାତ ହେତୁ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଗତ ୧୭ତାରିଖ ରାତିରେ ଭୁବନେ ମାଝୀଙ୍କ ମୃତ୍ୟୁ ହୋଇଥିଲା । ହେଲେ ଅନ୍ତିମ ସଂସ୍କାର ପାଇଁ ନା ସଂପର୍କୀୟ ନା ଜାତିଆଣ ସମାଜ ସାମ୍ନାକୁ ଆସୁଛନ୍ତି ।

ସ୍ଥାନୀୟ ଲୋକଙ୍କ ଯୁକ୍ତି ବି ଅଜବ । ଶୁଦ୍ଧିକ୍ରିୟା ପାଇଁ ମୃତକ ଜାତିଆଣ ସମାଜକୁ କିଛି ଦେଇ ନଥିବାରୁ ଶବ ଦାହ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଭୁବନେ ମାଝୀଙ୍କ ନିଜର ୭ ଡିସମିଲ ଘରଡିହ ରହିଛି । ବଞ୍ଚିଥିବା ବେଳେ ସେ ଏହି ଘରଡିହକୁ ଅନ୍ୟ ଜଣକୁ ବିକ୍ରି କରି ଦେଇଥିଲେ । ଏବେ ଏହାକୁ ଗଣ୍ଠି କରିଛି ସମାଜ । ପାଉଣା ମିଳିନଥିବାରୁ ସମାଜ ଏବଂ ସଂପର୍କୀୟ ଶବ ଉଠାଇବାକୁ ଅମଙ୍ଗ। ଏପଟେ ଏହି ଖବର ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ପାଖରେ ପହଞ୍ଚିଛି ।

   Related Posts