୩୧ ତାରିଖ ଯାଏଁ ଫ୍ରିରେ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ବୁକ୍ କରିପାରିବେ ଗ୍ରାହକ, ଜାଣନ୍ତୁ ଏହି ଖାସ୍ ଅଫର୍

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ ୨୮/୦୧ : ଯଦି ଆପଣ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଫ୍ରିରେ ବୁକ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଖରେ ଏକ ଭଲ ମଉକା ଅଛି। ଜାନୁଆରୀ ୩୧ ତାରିଖ ପୂର୍ବରୁ ଏଲପିଜି ସିଲିଣ୍ଡର ବୁକ୍ କଲେ ଫ୍ରିରେ ଡେଲିଭର ହେବ। ଏହି ଅଫର ଅନୁସାରେ ଗ୍ୟାସ ସିଲିଣ୍ଡର ଦାମ ଯେତିକି ସେତିକି ଟଙ୍କା ଆପଣ ଫେରସ୍ତ ପାଇପାରିବେ। ମୋବାଇଲ ୱାଲେଟ୍ ପ୍ଲାଟଫର୍ମ Paytm ନିଜ ଗ୍ରାହକଙ୍କୁ ଏହି ଅଫର୍ ଦେଉଛି। ଏହି ଅଫର୍ ଅନୁସାରେ ଗ୍ରାହକଙ୍କୁ ଥରେ ପେଟିଏମ୍ ଜରିଆରେ ଗ୍ୟାସ୍ ସିଲିଣ୍ଡର୍ ବୁକ୍ କରିବାକୁ ହେବ। ପେଟିଏମର ଏହି ଅଫର ସବୁ କମ୍ପାନୀର ଗ୍ୟାସ୍ କନେକ୍ସନ୍ ଉପରେ ରହିଛି।

ଏହି ଅଫର କେବଳ ସେମାନଙ୍କ ପାଇଁ ଯେଉଁମାନେ ପ୍ରଥମଥର ପାଇଁ ପେଟିଏମରୁ ଗ୍ୟାସ ସିଲିଣ୍ଡର ବୁକ୍ କରୁଛନ୍ତି। ଏହି ଅଫରର ଲାଭ ଉଠାଇବାକୁ ଆପଣଙ୍କୁ ପ୍ରଥମେ ନିଜ ମୋବାଇଲରେ ପେଟୀମ ଡାଉନଲୋଡ୍ କରିବାକୁ ହେବ। ପେଟିଏମରୁ ଗ୍ୟାସ ବୁକ କଲେ ଆପଣଙ୍କୁ କ୍ୟାସବ୍ୟାକ୍ ମିଳିପାରେ। ଗ୍ୟାସ ବୁକ୍ କରିବା ପରେ ଆପଣଙ୍କୁ ୭୦୦ ଟଙ୍କା କ୍ୟାସବ୍ୟାକ୍ ମିଳିପାରେ।

କେମିତି କରିବେ ଜାଣନ୍ତୁ

୧. ପ୍ରଥମେ ପେଟିଏମ୍ ଆପ୍ ଡାଉନଲୋଡ୍ କରନ୍ତୁ

୨. ଫୋନରେ ଆପ୍ ଓପନ୍ କରନ୍ତୁ

୩. ତାପରେ 'recharge and pay bills' କୁ ଯାଆନ୍ତୁ

୪. ତାପରେ 'book a cylinder' ଅପ୍ସନରେ କ୍ଲିକ୍ କରନ୍ତୁ

୫. ଭାରତ ଗ୍ୟାସ୍, ଏଚପି ଗ୍ୟାସ୍ କିମ୍ବା ଇଣ୍ଡେନ୍ ଗ୍ୟାସ୍ ଯୋଉଟା ଆପଣଙ୍କର ହେଇଥିବ ସେଇଟା ଚୟନ କରନ୍ତି

୬. ରେଜିଷ୍ଟର ମୋବାଇଲ ନମ୍ବର କିମ୍ବା ଆଇଡି ମେନସନ୍ କରନ୍ତୁ

୭. ଏହାପରେ ପେମେଣ୍ଟ ଅପ୍ସନ୍ ଦେଖେଇବ

୮. ପେମେଣ୍ଟ କରିବା ପୂର୍ବରୁ ଅଫରରେ 'FIRSTLPG' ପ୍ରୋମୋ କୋଡ୍ ଦିଅନ୍ତୁ

ଆପଣଙ୍କ ବୁକିଂ ଏମାଉଣ୍ଟ ୫୦୦ ଟଙ୍କା କିମ୍ବା ତାଠାରୁ ଅଧିକ ଥିଲେ ହିଁ ପେଟିଏମର ଏହି ଅଫର୍ କାମ କରିବ। ଏହି ଅଫର୍ କେବଳ ଜାନୁଆରୀ ୩୧ ତାରିଖ ଯାଏଁ ଲାଗୁ କରାଯାଇଛି। ପେମେଣ୍ଟ କଲାପରେ ଆପଣଙ୍କୁ ଏକ ସ୍କ୍ରାଚ୍ କୁପନ୍ ମିଳିବ। ବୁକିଂର ୨୪ ଘଣ୍ଟା ଭିତରେ ଆପଣଙ୍କୁ ଏହି କୁପନ୍ ମିଳିବ। ଏହି କୁପନକୁ ୭ ଦିନ ଭିତରେ ଖୋଲିବାକୁ ହେବ। ଏହାପରେ ଆପଣଙ୍କ ଆକାଉଣ୍ଟକୁ କ୍ୟାସବ୍ୟାକ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.