Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

କରୋନା ଭାକ୍ସିନ ନେଉଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କଲେ କେନ୍ଦ୍ର ସରକାର ଦେଉଛନ୍ତି ୫ ହଜାର ଟଙ୍କା !

21/05/2021 at 3:39 PM

ନୂଆଦିଲ୍ଲୀ ୨୧।୫: ଦେଶରେ କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ବ୍ୟାପକ ଟିକାକରଣ ଅଭିଯାନ ହାତକୁ ନିଆଯାଇଛି। ବର୍ତ୍ତମାନ ଦେଶରେ ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଟିକାକରଣ ହେଉଛି। ଏଥିରେ ସରକାର ଆପଣଙ୍କୁ ଘରେ ବସି ୫ ହଜାର ଟଙ୍କାର ନଗଦ ପୁରସ୍କାର ଜତିବା ଲାଗି ସୁଯୋଗ ଦେଇଛନ୍ତି। ତେବେ ଏଥିପାଇଁ ଆପଣଙ୍କୁ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା ।

ଏଥିଲାଗି ଆପଣଙ୍କୁ ସେପରି କିଛି ବି କରିବାକୁ ପଡିବନି। କେବଳ ନିଜେ ଟିକା ନେବା ବେଳେ ନିଜର ଉଠାଇଥିବା ଫଟୋଟିକୁ ଆକର୍ଷଣୀୟ ସ୍ଲାଗାନଟିଏ ସହ ସେୟାର କରିଦିଅନ୍ତୁ।  ସରକାରଙ୍କ ପକ୍ଷରୁ ଯେଉଁବ୍ୟକ୍ତି ଟିକାନେବା ବେଳର ନିଜ ଫଟୋକୁ ଏକ ସୁନ୍ଦର ଟ୍ୟାଗ୍‌ ଲାଇନ୍‌ ସହ ସେୟାର କରୁଛନ୍ତି କେବଳ ସେମାନଙ୍କୁ ଏହି ପୁରସ୍କାର ଯୋଜନାରେ ସାମିଲ କରୁଛନ୍ତି। ଏ ନେଇ ସରକାରଙ୍କ ଅଧିକାରୀକ ଟ୍ୱିଟ୍‌ ହ୍ୟାଣ୍ଡଲ ‘ମାଇ ଗଭ ଇଣ୍ଡିଆ’ରେ ଏକ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି। ଯେଉଁଥିରେପୁରସ୍କାର ସମ୍ପର୍କରେ ସୂଚନା ଦିଆଯାଇଛି।

ଏଥିରେ ଆପଣ ଯଦି ନିକଟ ଅତୀତରେ ଟିକା ନେଇଛନ୍ତି ଏଥିପାଇଁ ହଜାର ହଜାର ଲୋକଙ୍କୁ ଉତ୍ସାହିତ କରିପାରିବେ ବୋଲି ଉଲ୍ଲେଖ ରହିଛି। ଆକର୍ଷକ ଟ୍ୟାଗ୍‌ ଲାଇନ ସହ ଟିକା ନେଉଥିବାର ନିଜ ଫଟୋ ସେୟାର କରି ୫ ହଜାର ଟଙ୍କାର ପୁରସ୍କୁର ଜିତନ୍ତୁ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ ରହିଛି। ଏଥିପାଇଁ ମାଇଁ ଗଭ ଇଣ୍ଡିଆ ଟ୍ୱିଟ୍‌ରେ ଏକ ଲିଙ୍କ୍ ସେୟାର କରାଯାଇଛି।  ଯେଉଁଠାରେ ଆପଣ ଆପଣଙ୍କ ଫଟୋ ସେୟାର କରିପାରିବେ।

ପ୍ରତିମାସରେ ୧୦ଟି ମନୋନୀତ ଟ୍ୟାଗ୍‌ ଲାଇନକୁ ସରକାରଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ। ଯଦି ଆପଣ ଓ ଆପଣଙ୍କ ପରିବାରର କେହି କୋଭିଡ ଟିକାକରଣ କରାଉଛନ୍ତି ତେବେ ଟିକାକରଣର ମହତ୍ୱକୁ ନେଇ ଏକ ସୁନ୍ଦର ଟ୍ୟାଗଲାଇନଟିଏ ଲେଖି ଫଟୋଟିକୁ ସେୟାର କରି ଅନ୍ୟ ଲୋକଙ୍କୁ ମଧ୍ୟ ଉତ୍ସାହିତ କରନ୍ତୁ। ଏହି ପ୍ରତିଯୋଗୀତାରେ ଭାଗ ନେବାକୁ ହେଲେ ଆପଣଙ୍କୁ ପ୍ରଥମେ ମାଇଁଗଭ ଡଟ୍‌ ଇନ୍‌ ପୋର୍ଟାଲକୁ ଯାଇ ପ୍ରଥମେ ପଞ୍ଜିକରଣ କରିବାକୁ ପଡିବ। ଏଠାରେ ଲଗଇନ୍‌ ଟୁ ପାର୍ଟିସିପେଟ୍‌ ଟ୍ୟାବ୍‌ରେ କ୍ଲିକ୍‌ କରିବା ପରେ ରେଜିଷ୍ଟ୍ରେସନ ଡିଟେଲ ପୂରଣ କରିବାକୁ ହେବ।

   Related Posts