Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କାଲିଠୁ ବଦଳିବାକୁ ଯାଉଛି ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ନିୟମ, ଜାଣନ୍ତୁ ପୂରା ପ୍ରକ୍ରିୟା

17/09/2020 at 4:51 PM

ନୂଆଦିଲ୍ଲୀ ୧୭।୦୯: କରୋନା କାଳରେ ଡିଜିଟାଲ ଟ୍ରାଞ୍ଜେକ୍ସନରେ ବହୁତ ପରିବର୍ତ୍ତନ ଆସିଛି। ଡିଜିଟାଲ ନେଣଦେଣରେ ଦ୍ରୁତ ଗତିରେ ପରିବର୍ତ୍ତନ  ସହିତ ସାଇବର ଠକେଇ ମାମଲା ମଧ୍ୟ ବଢିବାରେ ଲାଗିଛି। ଏମିତିରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଏବେ ଏଟିଏମରୁ ଟଙ୍କା ଉଠାଣକୁ ଆହୁରି ଅଧିକ ସୁରକ୍ଷିତ କରିବାକୁ ଯାଉଛି।

ସାର୍ବଜନୀନ କ୍ଷେତ୍ରର ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଟ୍ଵିଟ୍ କରି ଜଣାଇଛି ଯେ, ଏବେ ବ୍ୟାଙ୍କର କୌଣସି ବି ଏଟିଏମରୁ ନଗଦ ଟଙ୍କା ଉଠାଣ ଅଧିକ ସୁରକ୍ଷିତ ହୋଇ ଯାଇଛି। ଯଦି ଏସବିଆଇ ଏଟିଏମରୁ ୧୦ ହଜାର କିମ୍ବା ଅଧିକ ଟଙ୍କା ଉଠାଯାଏ ତେବେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଓଟିପି ଯିବ। ଓଟିପି ଆସିବା ପରେ ଟଙ୍କା ଉଠା ଯାଇ ପାରିବ।

ଏଟିଏମ ଠକେଇରୁ ଗ୍ରାହକଙ୍କୁ ବଞ୍ଚାଇବା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପୂରା ଦେଶରେ ୨୪ ଘଣ୍ଟା ପାଇଁ ଓଟିପି ଆଧାରିତ ସେବା ଆରମ୍ଭ କରିଛି। ନୂତନ ନିୟମ ସେପ୍ଟେମ୍ବର ୧୮ରୁ ଲାଗୁ ହେବାକୁ ଯାଉଛି। ଏଠାରେ କହି ରଖୁଛୁ ଯେ ଏହି ନିୟମ କେବଳ ଏସବିଆଇ ଡେବିଟ୍ କାର୍ଡଧାରୀଙ୍କ ପାଇଁ ଉଦ୍ଦିଷ୍ଟ।

ଓଟିପି ବିନା ଟ୍ରାଞ୍ଜେକ୍ସନ ନାହିଁ

ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଏହା ମଧ୍ୟ ସୂଚନା ଦେଇଛି ଯେ, ଆପଣ ଏସବିଆଇ କାର୍ଡ ଧରି ଏଟିଏମ ଯାଉଛନ୍ତି ତେବେ ସାଥୀରେ ମୋବାଇଲ ନେଇ କି ଯାଆନ୍ତୁ। କାରଣ ଆପଣଙ୍କର ପଞ୍ଜୀକୃତ ମୋବାଇଲ ନମ୍ବରକୁ ଓଟିପି ଯିବ। ଓଟିପି ଦେବା ପରେ ହିଁ ଆପଣ ୧୦ ହଜାର କିମ୍ବା ସେଥିରୁ ଅଧିକ ଟଙ୍କା ଉଠାଇ ପାରିବେ।

ଯଦି କୌଣସି ଗ୍ରାହକଙ୍କ ପାଖରେ ପଞ୍ଜୀକୃତ ମୋବାଇଲ ନମ୍ବର ନାହିଁ ତେବେ ସେ ଏସବିଆଇ ଡେବିଟ୍ କାର୍ଡରୁ ଏସବିଆଇ ଏଟିଏମରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। ତେଣୁ ତାଙ୍କୁ ଶୀଘ୍ର ନିଜର ମୋବାଇଲ ନମ୍ବର ପଞ୍ଜୀକୃତ କରି ନେବା ଉଚିତ୍।

   Related Posts