ଏକ କୋଟି ଟଙ୍କା ନେଇ ଯାଉଥିବା ଭ୍ୟାନ ଖାଇକୁ ଖସିଲା, ୪ ବ୍ୟାଙ୍କ କର୍ମଚାରୀଙ୍କର ମୃତ୍ୟୁ
5/11/2019 at 4:17 PM

ଶ୍ରୀନଗର ୦୫।୧୧- ଏକ କୋଟି ଟଙ୍କା ନେଇ ଯାଉଥିବା ଏକ କ୍ୟାଶ ଭ୍ୟାନ ବନି ସହରର ନିକଟସ୍ଥ ଏକ ଖାଇକୁ ଖସି ପଡିଛି । ଏଥିରେ ୪ ଜଣ ବ୍ୟାଙ୍କ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । କାଠୁଆରୁ ବନିକୁ ଏହି ଭ୍ୟାନଟି ଯାଉଥିଲା । ବନିଠାରୁ ମାତ୍ର ୧୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା ।
ପୁଲିସ ମୃତକମାନଙ୍କର ଚିହ୍ନ କରିଛି । ବ୍ୟାଙ୍କର ଡ୍ରାଇଭର୍ ବିକ୍ରମ ସିଂ, ଗନମ୍ୟାନ ଯଶପାଲ ଓ ହରବଂଶଙ୍କ ସହ କ୍ୟାଶିଅର୍ କେବଲ ଶର୍ମାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏଥିରେ ଥିବା ଟଙ୍କାକୁ ପୁଲିସ ଜାମ୍ମୁ କାଶ୍ମୀର ବ୍ୟାଙ୍କର ବନି ଶାଖାକୁ ହସ୍ତାନ୍ତର କରିଛି ।
Related Posts
ବିଜେପି ସାଂସଦ ମନୋଜ ତିଓ୍ୱାରୀ ସଂକ୍ରମିତ, ନିଜକୁ କଲେ ଆଇସୋଲେଟ୍
23 April 2021