ସାବଧାନ ! ବ୍ୟାଙ୍କ୍ ଆକାଉଣ୍ଟରୁ ଆପେ ଆପେ କଟିଯାଉଛି ଟଙ୍କା, ଥାନାରେ ଏତଲା

Published By : Prameya-News7 Bureau | January 15, 2021 IST

ମାଲକାନଗିରି ୧୫।୧: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମାଲକାନଗିରି ଶାଖାରେ ଆପଣଙ୍କ କୌଣସି ଏକାଉଣ୍ଟ ରହିଛି କି । ତାହା ହେଲେ ଆପଣ ଟିକିଏ ସାବଧାନ ହୋଇ ଯାଆନ୍ତୁ । କାରଣ ଯେକୌଣସି ସମୟରେ ଆପଣଙ୍କ ସେଭିଂ ଆକାଉଣ୍ଟ ଉପରେ ସାଇବର ଲୁଟେରାଙ୍କ ନଜର ପଡିପାରେ । ଗତ କିଛି ଦିନ ଧରି ଠିକ୍ ଏମିତି ହେବା ପରେ ଏବେ ଆତଙ୍କିତ ମାଲକାନଗିରି ସହରବାସୀ ।

ମାଲକାନଗିରି ସହରର ଟି. ଆପାଲ ରାଓ ଓ ମନୋଜ ସ୍ବାଇଁ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ କ୍ରମାଗତ ଭାବେ ୧୦ ହଜାର ଲେଖାଏଁ ଟଙ୍କା କଟି ଚାଲିଛି । ହେଲେ ଏହାକୁ ନେଇ ଗ୍ରାହକ ବ୍ୟାଙ୍କରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବା ପରେ ସେମାନେ ଥାନାରେ ଏତଲା ଦେଇଛନ୍ତି । କେବଳ ଏହି ଦୁଇ ଜଣ ନୁହଁନ୍ତି ଗତ କିଛି ମାସ ମଧ୍ୟରେ ଆହୁରି ଅନେକ ଲୋକ ଏପରି ସାଇବର ଠକେଇର ଶିକାର ହୋଇଛନ୍ତି । ତେବେ ଏହାକୁ ନେଇ ମାଲକାନଗିରି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଚିଫ୍ ମ୍ୟାନେଜର କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଇ ଗ୍ରାହକମାନଙ୍କୁ ସେମାନଙ୍କ ଟଙ୍କା ଫେରାଇ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.