Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ମାଓବାଦୀଙ୍କୁ ଦେବାକୁ ନେଉଥିଲେ ! ସ୍କର୍ପିଓ ଗାଡିରୁ ୫୧ଲକ୍ଷ ଟଙ୍କା ଜବତ, ଦୁଇ ଜଣ ଅଟକ

23/12/2019 at 4:41 PM

ଲମତାପୁଟ ୨୩।୧୨: ଗାଡିରୁ ଜବତ ହେଲା ୫୧ଲକ୍ଷ ଟଙ୍କା । ଗାଡି ସହ ୨ଜଣ ଅଟକ । ସୂଚନାଯୋଗ୍ୟ ଯେ, ଲମତାପୁଟ ବ୍ଲକ୍ କଡ୍ରି ଗ୍ରାମ ନିକଟରେ ବିଏସଏଫ ଯବାନ ଗାଡି ଯାଞ୍ଚ କରୁଥିଲେ। ଯାଞ୍ଚ ବେଳେ ସ୍କର୍ପିଓକୁ ଅଟକାଇଥିଲେ । ଗାଡି ଯାଞ୍ଚ କରିବାରୁ ୫୧ଲକ୍ଷ ୧୬ହଜାର ୬୫୦ଟଙ୍କା ବାହାରିଥିଲା ।

ଏହି ଟଙ୍କା ନବରଂଗପୁରରୁ ଆନ୍ଧ୍ରପ୍ରଦେଶ ମୁଚିମପୁଟ ଥାନା ଅନ୍ତର୍ଗତ ଗୁନ୍ତାରଗୁଡା ଗ୍ରାମକୁ ନେଇ ଯାଉଥିଲେ । ବିଏସଏଫ ଯବାନ ଦୁଇ ଅଭିଯୁକ୍ତଙ୍କ ସହ ଗାଡି ଓ ଟଙ୍କା ମାଛକୁଣ୍ଡ ପୋଲିସକୁ ହସ୍ତାନ୍ତର କରିଛି ।

ବିଏସଏଫର ସୂଚନା ଅନୁଯାଇ  ଏହି ଟଙ୍କା ଗଞ୍ଜେଇ ଏବଂ ମାଓବାଦୀଙ୍କୁ ଦେବା ଲାଗି ନିଆଯାଉଥିଲା।  ମାଛକୁଣ୍ଡ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ଏହି ଟଙ୍କା କେଉଁଠୁ ଆସିଥିଲା ଏବଂ କାହା ପାଖକୁ ଯାଇଥାନ୍ତା ତାର ତଦନ୍ତ ଜାରି ରଖିଛି । 

ଦୁଇ ଅଭିଯୁକ୍ତ ବିଜୟ  ଖେମୁଣ୍ଡୁ, ଭଗବାନ ଖେମୁଣ୍ଡୁଙ୍କୁ ପୋଲିସ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରିବ ବୋଲି ସୂଚନା ଦେଇଛି ବିଏସଏଫ ।

   Related Posts