Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଏବେବି ନଗଦ କ୍ୟାସ୍ ଉପରେ ଲୋକଙ୍କ ବେଶୀ ଭରସା ଓ ପସନ୍ଦ, ରେକର୍ଡ ସ୍ତରରେ ଏଟିଏମ ଉଠାଣ ହାର

20/11/2020 at 12:27 PM

ନୂଆଦିଲ୍ଲୀ, ୨୦।୧୧:   ଡିଜିଟାଲ ଟ୍ରାଞ୍ଜାକ୍ସନକୁ ସରକାର ଫୋକସ୍ ଦେବା ସତ୍ତ୍ୱେ ଆଜି ବି ନଗଦ ଅର୍ଥର ଚାହିଦା ଅଧିକ ରହିଛି । ଦେଶରେ ଏଟିଏମରୁ କ୍ୟାସ୍ ଉଠାଣ ଏକ ରେକର୍ଡ ସ୍ତରରେ ପହଁଚିଛି । ଭାରତୀୟମାନେ ଥରକେ ଏଟିଏମରୁ ପ୍ରାୟ ୫୦୦୦ ଟଙ୍କା ଉଠାଇଛନ୍ତି । ରିପୋର୍ଟ ଅନୁସାରେ, ଅଗଷ୍ଟରେ ଡେବିଟ୍ କାର୍ଡ ସାହାଯ୍ୟରେ ପ୍ରତି ଏଟିଏମରୁ ପ୍ରାୟ ୪୯୫୯ ଟଙ୍କା ଉଠାଣ ହୋଇଛି । ସେହିପରି କ୍ୟାସ୍ ସର୍କୁଲେସନ୍ ୨୬ ଲକ୍ଷ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଁଚିଛି । ଯାହା ଜିଡିପିର ୧୨ ପ୍ରତିଶତ ଅଟେ ।

ଗତ ନଭେମ୍ବରରୁ କ୍ୟାସ୍ ଉଠାଣ ୧୦ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ୟୁପିଆଇ ଟ୍ରାଞ୍ଜାକ୍ସନରେ ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି । ଏହାର ହାରାହାରି ଟିକେଟ୍ ସାଇଜ୍ ରହିଛି ୧୮୫୦ ଟଙ୍କା । ଏଟିଏମ ମ୍ୟାନେଜମେଣ୍ଟର କହିବାନୁସାରେ, ଲକଡାଉନ୍ ପୂର୍ବରୁ କିଛି ଦିନ ଏଟିଏମ ଟ୍ରାଞ୍ଜାକ୍ସନ କମିଥିଲା । କିନ୍ତୁ ପରେ ଏଟିଏମରୁ କ୍ୟାସ୍ ଉଠାଣ ବୃଦ୍ଧି ପାଇଥିଲା ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଡିଜିଟାଲ ପେମେଣ୍ଟସ ଓ ୟୁପିଆଇ ଟ୍ରାଞ୍ଜାକ୍ସନ ୨୦୦ କୋଟି  ଅତିକ୍ରମ କରିଛି । ଏହାପରେ ବି କ୍ୟାସର ଚାହିଦା ଅଧିକ ରହିଛି । ହିତାଚୀ ପେମଣ୍ଟସ୍ ଏମଡି ରୁସ୍ତମ ଇରାନୀ କହିଛନ୍ତି ଯେ. ନଗଦ ଭାରତୀୟ ଅର୍ଥବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ  । ଏଟିଏମ ହେଉଛି ଲୋକଙ୍କ ପାଖରେ କ୍ୟାସ୍ ପହଁଚାଇବାର ଏକ ପ୍ରମୁଖ ମାଧ୍ୟମ । ଲକଡାଉନ୍ ସମୟରେ ମାର୍ଚ୍ଚ, ଏପ୍ରିଲ ଓ ମେରେ ଏଟିଏମ ଟ୍ରା଼ଞ୍ଜାକ୍ସନ ହ୍ରାସ ପାଇଥିଲା । ପରେ ଜୁନରେ ଏଥିରେ ବୃଦ୍ଧି ଘଟିଥିଲା ।

ତେବେ ଗତ ୩ ମାସର ତଥ୍ୟ ଉପଲବ୍ଧ ନାହିଁ । ଗତ ଦୀପାବଳି ତୁଳନାରେ ଚଳିତ ଥର କ୍ୟାସ୍ ଉଠାଣ ଅଧିକ ରହିଛି । କାରଣ ଲୋକମାନେ ଉପହାର ଓ ମିଠା ପାଇଁ କ୍ୟାସ୍ ବା ନଗର ଅର୍ଥ ଉପରେ ନିର୍ଭର କରନ୍ତି । ଏବେ ଆଉ ଲୋକମାନେ ଏଟିଏମରୁ ୧୦୦-୩୦୦ ଉଟାଉ ନାହାଁନ୍ତି । ସେମାନେ ସିଧାସଳଖ ବଡ ଅର୍ଥ ଉଠାଉଛନ୍ତି । କାରଣ କରୋନା ମହାମାରୀ ପାଇଁ ଲୋକମାନେ ସପ୍ତାହେ ଚଳିବା ପାଇଁ ଏକାଥରେ କ୍ୟାସ୍ ଉଠାଉଛନ୍ତି ।

   Related Posts