ସୁପ୍ରିମକୋର୍ଟରେ ପହଞ୍ଚିଲା ବେଙ୍ଗଲ ହିଂସା ମାମଲା, ରାଷ୍ଟ୍ରପତି ଶାସନ ଏବଂ ସିବିଆଇ ତଦନ୍ତ ପାଇଁ ଦାବି

Published By : Prameya-News7 Bureau | May 04, 2021 IST

କୋଲକାତା ୦୪/୦୫ : ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଆସିବା ପରେ ହିଂସାକାଣ୍ଡ ତିବ୍ର ହେବାରେ ଲାଗିଛି । ପରିସ୍ଥିତି ଏମିତି ଯେ, ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ବିଜେପି ନେତା ତଥା ବରିଷ୍ଟ ଆଇନଜୀବୀ ଗୌରବ ଭାଟିଆ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ଯେଉଁଥିରେ ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଆସିବା ପରେ ଉପୁଜିଥିବା ସ୍ଥିତିର ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି ।

ଏହା ବାଦ ଏକ ଏନ୍‌ଜିଓ ସଂସ୍ଥା, ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁକରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛି । ପଶ୍ଚିମବଙ୍ଗରେ ଗଣତନ୍ତ୍ର ସମ୍ପୂର୍ଣ୍ଣ ଭାବେ ଧ୍ବଂସବିଧ୍ବଂସ ହୋଇଯାଇଛି ଯେଉଁଥି ପାଇଁ ଧାରା ୩୫୬ ଅନୁଯାୟୀ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲଗାଯିବା ଉଚିତ ବୋଲି ଆବେଦନ ପତ୍ରରେ ଦର୍ଶାଯାଇଛି ।

ଗୌରବ ଭାଟ୍ଟିଆ ନିଜ ଆବେଦନର ଦର୍ଶାଇଛନ୍ତି ଯେ, ତୃଣମୂଳ କଂଗ୍ରେସ ଦଳର ସଦସ୍ୟମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଟାର୍ଗେଟ୍‌ କରୁଛନ୍ତି । ବିଧାନସଭା ନିର୍ବାଚନରେ ଯେଉଁମାନେ ବିଜେପିକୁ ଭୋଟ ଦେଇଥିଲେ ସେମାନଙ୍କ ଉପରେ ହିଁ ଆକ୍ରମଣ ହେଉଛି । ସେମାନଙ୍କୁ ହତ୍ୟା କରାଯାଉଛି । ତେଣୁ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଠୋସ୍‌ ପଦକ୍ଷେପ ନେବାକୁ ଆବେଦନ ପତ୍ରରେ ଉଲ୍ଲେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.