୮ ବର୍ଷ ପୁଅକୁ ଧର୍ମାନ୍ତିକରଣ କରିବା ଅଭିଯୋଗରେ ମାଆ ବିରୋଧରେ ମାମଲା ରୁଜୁ...

Published By : Prameya-News7 Bureau | January 24, 2020 IST

ଅହମଦାବାଦ୨୪/୧: ୮ ବର୍ଷ ପୁଅକୁ ଧର୍ମାନ୍ତିକରଣ କରିବା ଅଭିଯୋଗରେ ମାଆ ବିରୋଧରେ ମାମଲା ରୁଜୁ କଲା ପୋଲିସ୍। ପିଲାର ବାପା ଏବଂ ଜିଲ୍ଲାର ଜିଲ୍ଲାପାଳଙ୍କ ବିନା ଉପସ୍ଥିତିରେ ମାଆ ପୁଅର ଧର୍ମ ପରିବର୍ତ୍ତନ କରି ଦେଇଛି। ପିଲାଟି ହିନ୍ଦୁ ପରିବାରରେ ଜନ୍ମ ହୋଇଥିଲା। କିନ୍ତୁ ଧର୍ମ ପରିବର୍ତ୍ତନ କରି ତାକୁ ଖ୍ରୀଷ୍ଟିୟାନ  କରି ଦେଇଥିଲା ମାଆ।

ସୂଚନା ମୁତାବକ ଗତ ଜାନୁଆରୀ ୩ ତାରିଖରେ ଆନନ୍ଦ ଜିଲ୍ଲାର ଜିଲ୍ଳାପାଳ ଏକ ଆଦେଶ ଜାରି କରିଥିଲେ। ଯେଉଁଥିରେ ୮ ବର୍ଷ ପିଲାର ଧର୍ମାନ୍ତିକରଣ କରିଥିବା ମାଆ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉଲ୍ଲେଖ ରହିଥିଲା।

ଫରମ୍ ଫର୍ ପିଇସ୍ ଏଣ୍ଡ ଜଷ୍ଟିସ୍‌ ( Forum for Peace and Justice) ର ଡାରେକ୍ଟର ଧର୍ମେନ୍ଦ୍ର ରାଥୋଡ଼ଙ୍କ କହିବା ମୁତାବକ ଗୁଜୁରାଟ୍ ଫ୍ରିଡମ୍ ଆଫ୍ ରିଲିଜନ ଆକ୍ଟ ଅନୁସାରେ ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି ବ୍ୟକ୍ତି ଧର୍ମ ପରିବର୍ତ୍ତନ କରି ପାରିବେ ନାହିଁ।

ଯେହେତୁ ପିଲାର ବୟସ ମାତ୍ର ୮ ବର୍ଷ ତେଣୁ ଉଭୟ  ମାଆ ଓ ବାପାଙ୍କ ସହମତିରେ ଧର୍ମ ପରିବର୍ତ୍ତନ କରିବା ଉଚିତ୍‌। ରାଥୋଡ଼ ଆହୁରି ମଧ୍ୟ କହିଛନ୍ତି କାହାକୁ ଭୟ ଦେଖାଇ ଧର୍ମ ପରିବର୍ତ୍ତନ କରିବା ଏକ ଆଇନଗତ ଅପରାଧ।ତେଣୁ ୮ ବର୍ଷର ପିଲାକୁ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବା ଏକ ଆଇନଗତ ଅପରାଧ। ତେଣୁ ସଂପୃକ୍ତ ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ଧର୍ମେନ୍ଦ୍ର ରାଥୋଡ଼ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.