ଅଭିନେତା ରଜତ ବେଦୀଙ୍କ ବିରୋଧରେ ଅଭିଯୋଗ, ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା କାର୍

Published By : Prameya-News7 Bureau | September 07, 2021 IST

ମୁମ୍ବାଇ ୦୭/୦୯ : ଅଭିନେତା ରଜତ ବେଦୀଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନଗର ପୋଲିସ ଷ୍ଟେସନରେ ଅଭିଯୋଗ ପଞ୍ଜିକୃତ ହୋଇଛି। ସୂଚନାନୁସାରେ, ରଜତ ବେଦୀ ଗତକାଲି ସନ୍ଧ୍ୟାରେ ତାଙ୍କ କାରରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ। ତେବେ ରଜତ ଆହତ ବ୍ୟକ୍ତିଙ୍କୁ କପୁର୍ ହସ୍ପିଟାଲକୁ ନେଇ ତାଙ୍କ ଚିକିତ୍ସା କରାଇଛନ୍ତି। ପୋଲିସକୁ ଦେଇଥିବା ବିବୃତ୍ତିରେ ରଜତ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ତାଙ୍କ କାରରେ ଧକ୍କା ହୋଇଥିଲେ ।

wp:html /wp:html

ରଜତ ବେଦୀ ଜଣେ ଭାରତୀୟ ଫିଲ୍ମ ଅଭିନେତା ତଥା ଟେଲିଭିଜନ ନିର୍ମାତା, ଯିଏକି ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। କୋଇ ମିଲ୍ ଗୟା (୨୦୦୩) ରେ ରାଜ ସକ୍ସେନାଙ୍କ ଚରିତ୍ର ପାଇଁ ସେ ବେଶ୍ ଜଣାଶୁଣା। ଏହା ବ୍ୟତୀତ ସେ ଚାଳିଶରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେଥିମଧ୍ୟରୁ ରକ୍ତ (୨୦୦୪), ଖାମୋଶ ... ଖୌପ କି ରାତ (୨୦୦୫) ଏବଂ ରକି-ଦି ରେବେଲ (୨୦୦୬) ଅନ୍ତର୍ଭୁକ୍ତ। କୋଇ ମିଲ ଗୟା, କରନ ଅର୍ଜୁନ ଏବଂ ହେଲୋ କୌନ ଫିଲ୍ମରୁ ରଜତ ବେଦୀ ମାନ୍ୟତା ପାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.