ବିହାରର ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ ହେଲେ ଗିରଫ…

Published By : Prameya-News7 Bureau | September 30, 2019 IST

ରାଜଗୀର ୩୦|୯: ବିହାରର ରାଜଗୀର ଅଞ୍ଚଳରେ ଏକ ଲଜ୍ଜାଜନକ ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଓ ଭିଡିଓ ବାଇରାଲ ଘଟଣାରେ ରାଜଗୀର ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାକୁ କେନ୍ଦ୍ରକରି ଲୋକମାନେ ବିଭିନ୍ନ ସ୍ଥାନରେ ନିଆଁ ଜାଳି ରାସ୍ତା ରୋକ କରିଛନ୍ତି।

ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକ ନାରାବାଜି ଦେଉଛନ୍ତି। ରାଜଗୀରର ମୁଖ୍ୟ ରାସ୍ତାକୁ ବନ୍ଦକରି ଲୋକମାନେ ହଟଗୋଳ କରିଛନ୍ତି। ଯାହାଫଳରେ ସାଧାରଣ ଲୋକମାନଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଦୁଷ୍କର୍ମକାରୀଙ୍କୁ ଫାଶି ଦିଆଯାଉ ବୋଲି ଲୋକମାନେ ଦାବି କରିଛନ୍ତି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି।

ବିଳମ୍ବିତ ରାତିରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ରାତାରାତି ଭିଡ଼ିଓଟି ସବୁ ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ପାଖରେ ପହଞ୍ଚିଯାଇଥିଲା। ଏହି ଭିଡିଓରେ କେତେ ଜଣ ଉନ୍ମତ୍ତ ଯୁବକ ଜଣେ ନାବାଳିକାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରୁଥିବା ଦୃଶ୍ୟ ରହିଛି। ଏହି ଭାଇରାଲ ଭିଡିଓଟି ପରବର୍ତ୍ତୀ ସମୟରେ ମିଡ଼ିଆର ହେଡ ଲାଇନ୍ସରେ ପରିଣତ ହୋଇଯାଇଥିଲା।

ଏହି ଘଟଣାଟି ପୂରା ଅଞ୍ଚଳରେ ଖେଳିଯିବା ପରେ ଏସପି ନିଲେଶ କୁମାର ଓ ଡିଏସପି ସୋମନାଥଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଅଭିଯୁକ୍ତଙ୍କ ସନ୍ଧାନରେ ବାହାରିଥିଲେ। ବହୁ ଛାନଭିନ୍ନ ପରେ ଅଲଗା ଅଲଗା ସ୍ଥାନରୁ ପ୍ରାୟ ୬ ଜଣ ଅଭିଯୁକ୍ତଙ୍କୁ  ପୋଲିସ ଗିରଫ କରିଛି।

ଏହି ଘଟଣାରେ ଗଙ୍ଗା ରାଜବଂଶୀ, କରଣ ରାଜବଂଶୀ, ଗୁଗଲ ରାଜବଂଶୀ, ବିଜୟ କୁମାର ଓ ସୋନୁ କୁମାର ସମେତ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାଷ୍ଠାନ ଗ୍ ନିଆଯିବ ବୋଲି ଏସପି ନିଲେସ କୁମାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.