ସ୍ତ୍ରୀ କହିଲେ- IPS ପାଇବା ପରେ ଭୁଲିଗଲେ ସ୍ବାମୀ, ଟ୍ରେନି ଆଇପିଏସ ଅଧିକାରୀଙ୍କ ବିରୋଧରେ ମାମଲା

Published By : Prameya-News7 Bureau | November 01, 2019 IST

ନୂଆଦିଲ୍ଲର୧/୧୧: ଆଇପିଏସ ପାଇବା ପରେ ସ୍ତ୍ରୀଙ୍କୁ ଭୁଲି ଗଲେ ସ୍ବାମୀ। ତଥାପି ସ୍ତ୍ରୀ ଭାଙ୍ଗି ପଡ଼ି ନାହାନ୍ତି। ହେଲେ ସ୍ବାମୀଙ୍କ ନିର୍ଯାତନା ଅତି ସହ୍ୟ ହେବାରୁ ମହିଳା ଥାନାର ଆଶ୍ରୟ ନେଇଛନ୍ତି। ଟ୍ରେନି ଆଇପିଏସ ଅଧିକାରୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖୁଥିବା ଅଭିଯୋଗ ଆଣିଲେ ସ୍ତ୍ରୀ। ମହିଳାଙ୍କ କହିବା ଅନୁସାରେ ସେ ହେଉଛନ୍ତି ଟ୍ରେନି ଆଇପିଏସ ଅଧିକାରୀଙ୍କ ଭେଙ୍କଟ୍‌ ମହେଶ୍ବରଙ୍କ  ସ୍ତ୍ରୀ। ମହିଳାଙ୍କ ଅଭିଯୋଗ ପରେ ସଂପୃକ୍ତ ଟ୍ରେନି ଆଇପିଏସ ଅଧିକାରୀଙ୍କ ବିରୋଧରେ ଆଇପିସି ଧାରା ୪୯୮, ୩୨୩ ଓ ୫୦୬ ଆଧାରରେ ମାମଲା ରୁଜୁ କରାଯାଇଛି।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ଭାବନା ଓ ଟ୍ରେନି ଆଇପିଏସ ଅଧିକାରୀ ଭେଙ୍କଟ୍ ମହେଶ୍ବର ରେଡ୍ଡୀଙ୍କ ମଧ୍ୟରେ ସଂପର୍କ ରହିଛି। ୨୦୧୮ ମସିହାରୁ ଏମାନଙ୍କ ମଧ୍ୟରେ ସଂପର୍କ ଥିବା କଥା ପୋଲିସ ସ୍ପଷ୍ଟ କରିଛି। 

ଅଭିଯୋଗକାରିଣୀ ଭାବନାଙ୍କ କହିବା ଅନୁସା​‌ରେ ତାଙ୍କ ସ୍ବାମୀ ଅନ୍ୟ ଜଣେ ମହିଳାଙ୍କ ସଂପର୍କ ରଖୁଛନ୍ତି। ତେଣୁ ତାଙ୍କୁ ଛାଡପତ୍ର ଦେଇ ଅନ୍ୟଜଣଙ୍କୁ ବିବାହ କରିବା ଲାଗି ତାଙ୍କ ସ୍ବାମୀ ଚାହୁଁଛନ୍ତି। ମହେଶ୍ବର ରେଡ୍ଡୀ ଓ ତାଙ୍କ ପରିବାର ଲୋକ ଭାବନାଙ୍କୁ ହତ୍ୟା ଧମକ ଦେଉଥିବା ମଧ୍ୟ ଅବିଯୋଗ ହୋଇଛି। ଏମିତି କି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଧମକ ଦିଆଯାଇଥିଲା।

 ୨୦୧୮ ମସିହାରେ ମହେଶ୍ବର ରେଡ୍ଡୀ ଭାବନାଙ୍କୁ ବିବାହ କରିଥିଲେ। ପରିବାର ଲୋକଙ୍କୁ ନଜଣାଇ ଦୁଇଜଣ ଏକାଠି ରହୁଥିଲେ। ଆଇପିଏସ ପରୀକ୍ଷା ପାସ କରିବା ପରେ ମହେଶ୍ବର ବଦଳି ଯାଇଥିବା କଥା ଭାବନା କହିଛନ୍ତି। ଭାବନାଙ୍କୁ ବିବାହ କରି ଭୁଲ କରିଥିବା କଥା ମହେଶ୍ବର କହିଛନ୍ତି। ଏପରିକି ବିବାହର ସବୁ ପ୍ରମାଣପତ୍ର ଭାବନା ଥାନାରେ ଦାଖଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.