ସପ୍ନା ଚୌଧୁରୀଙ୍କ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ : ଲାଗିଛି ଏହି ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | October 15, 2020 IST

ମୁମ୍ବାଇ ୧୫/୧୦: ବିଗ୍ ବସ୍ ଫେମ୍ ଡାନ୍ସର ସପ୍ନା ଚୌଧୁରୀଙ୍କ ସ୍ବାମୀ ବୀର ସାହୁଙ୍କ ବିରୋଧରେ କୋଭିଡ-୧୯ ଗାଇଡଲାଇନସ୍ ଉଲ୍ଲଙ୍ଘନ କରିବାର ମାମଲା ରୁଜୁ କରାଯାଇଛି। ହରିୟାଣାର ମେହମ ପୋଲିସ୍ ଷ୍ଟେସନରେ ଅଭିଯୋଗ ଆଧାରରେ ସପ୍ନା ଚୌଧୁରୀଙ୍କ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

{"id":344645,"sizeSlug":"large"}

ସୂଚନା ଅନୁଯାୟୀ ଅକ୍ଟୋବର ୧୨ତାରିଖରେ ବୀର ସାହୁ ମେହମ ଚୌବି ପ୍ଲାଟଫର୍ମରେ କୌଣସି ଅନୁମତି ନ ନେଇ ନିଜ ସମର୍ଥକଙ୍କ ସହ ଏକାଠି ହେବାର ନିଷ୍ପତ୍ତି ନେଇଥିଲେ। ସେଠାରେ ତାଙ୍କ ସହ ୧୫-୧୮ଟି କାର୍ ବି ଥିଲା। ଏହା ପରେ ତାଙ୍କୁ ଜଣା ପଡ଼ିଯାଇଥିଲା ଯେ ରାସ୍ତାରେ ପୋଲିସ୍ ରହିଛି ଏବଂ ଏ​ତେ ଲୋକଙ୍କୁ ଏକାଠି ହେବାର ଅନୁମତି ମିଳିବ ନାହିଁ। ଏହା ପରେ ସେ ନିଜ ସମର୍ଥକଙ୍କ ସହ ରାସ୍ତା ବଦଳାଇ ଦେଇଥିଲେ ଏବଂ ଫରମାନା ବାଇପାସ୍ ପଟକୁ ଚାଲି ଯାଇଥିଲେ।

{"id":344646,"sizeSlug":"large"}

ଏହି ଅଭିଯୋଗରେ ଏହା ମଧ୍ୟ ଲେଖାଯାଇଛି ଯେ ବୀର ସାହୁ ୬୦-୬୫ ଲୋକଙ୍କ ସହ ବାଇପାସରେ ଏକାଠି ହୋଇଥିଲେ। କେହି ବି ମାସ୍କ ନ ପିନ୍ଧି କରୋନା ଭାଇରସ୍ ବିସ୍ତାର କରିବାକୁ ଉଦ୍ୟମ କରିଥିଲେ। ଏହି ଅଭିଯୋଗ ଆଧାରରେ ବୀର ସାହୁଙ୍କ ବିରୋଧରେ ଆଇପିସିର ଧାରା ୧୮୮/୩୪ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟର ଧାରା ୫୧ବି ଅନୁସାରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇସାରିଛି।

{"id":344647,"width":580,"height":580,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.