୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

Published By : Prameya-News7 Bureau | December 01, 2021 IST

ଭୁବନେଶ୍ୱର ୦୧/୧୨: ୨୦୧୭ରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାର ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଅଧିକାରୀ ହେଲେ କୋରାପୁଟ ଜୟପୁର ଟାଉନ ଥାନାର ପୂର୍ବତନ ଥାନାଧିକାରୀ ତପନ ନାରାୟଣ ରଥ, ପୂର୍ବତନ ସବ ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ, ରାଜେଶ ବଳିଆରସିଂ ଏବଂ ତତକାଳିନ SDPO ରାଜେନ୍ଦ୍ର ପ୍ରସାଦ ସେନାପତି ।

ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କୁ ହତ୍ୟା କରି ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା ଅଭିଯୋଗରେ ମାମଲା ରୁଜ୍ଜୁ ହୋଇଛି । ନିଜ ଆଡୁ ମାମଲା ରୁଜ୍ଜୁ କରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଆକାଶ ନାମରେ ୧୪ଟି ଅପରାଧୀକ ମାମଲା ରହିଥିଲା । ଗୋଡାଇବା ବେଳେ ବାଇକରୁ ପଡି ତାଙ୍କ ମୃତ୍ୟୁ ଘଟିଥିବା ତଦନ୍ତ ବେଳେ ପୋଲିସ କହିଥିଲା । ହେଲେ ଆକାଶକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.