ସୋନା ମହାପାତ୍ରଙ୍କ ବିରୋଧରେ ଏତଲା
19/06/2018 at 5:59 AM

ଶ୍ରୀଜଗନ୍ନାଥ ଭଜନ ଆହେ ନୀଳଶୈଳକୁ କଦର୍ଥ କରି ଗାଇବା ଅଭିଯୋଗରେ ସୋନା ମହାପାତ୍ରଙ୍କ ବିରୋଧରେ ଏତଲା । ପୁରୀ ସଚେତନ ନାଗରିକ ମଞ୍ଚ ତରଫରୁ ପ୍ରସନ୍ନ କୁମାର ଦାଶ ସିଂହଦ୍ବାର ଥାନାରେ ଅଭିଯୋଗ କରିଛନ୍ତି । ଆଗରୁ ରଙ୍ଗବତୀ ଗୀତକୁ କଦର୍ଥ କରି ଗାଇଥିବା ବେଳେ ଏବେ ପୁଣି ଥରେ ବ୍ୟକ୍ତିଗତ ଫାଇଦା ପାଇଁ ଜଗନ୍ନାଥପ୍ରେମୀଙ୍କ ମନରେ ସୋନା ମହାପାତ୍ର ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି । ତେଣୁ ତାଙ୍କ ବିରୋଧରେ ସଂଗୀନ ଦଫା ଲଗାଇ ଦଣ୍ଡବିଧାନ କରିବାପାଇଁ ଆବେଦନକାରୀ ଅନୁରୋଧ କରିଛନ୍ତି ।
Related Posts
ବ୍ରହ୍ମପୁର: ଠକେଇ ଅଭିଯୋଗରେ ଯୁବକ ଗିରଫ
18 January 2021