Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ରବିନା ଟଣ୍ଡନ, ଭାରତୀ ସିଂହ, ଫରାହ ଖାନଙ୍କ ବିରୋଧରେ ଥାନାରେ ଅଭିଯୋଗ…

26/12/2019 at 3:46 PM

ମୁମ୍ବାଇ୨୬|୧୨: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍‌, ଫିଲ୍ମ ନିର୍ମାତା ଫରାହ ଖାନ୍‌ ଓ କମେଡ଼ିଆନ୍ ତଥା ହାସ୍ୟ କଳାକାର ଭାରତୀ ସିଂହଙ୍କୁ ଲାଗିଛି ଏକ ବଡ ଝଟକା। କାରଣ ଏମାନଙ୍କ ବିରୋଧରେ ପଞ୍ଜାବର ଅମୃତସର ଥାନାରେ ମାମଲା ରୁଜୁ କରାଯାଇଛି। ଏମାନଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆହତ କରିବାର ଅଭିଯୋଗ ହୋଇଛି।

ଗତ କାଲି ଚାରିଆଡେ ବଡ଼ଦିନ ବା ଖ୍ରୀଷ୍ଟମାସ୍‌ ଡେ’ ପାଳନ କରାଯାଉଥିଲା। ଏନେଇ ଏକ ଶୋ’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଏକ କମେଡ଼ି କାର୍ଯ୍ୟକ୍ରମର ବୋଲି ଜଣା ପଡିଛି। ଏହି ଭିଡିଓରେ ଏମାନେ ୩ଜଣ ଏମିତି କିଛି କହିଛନ୍ତି ଯାହାକୁ ଦେଖି ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଶୋ’ରେ ଖ୍ରୀଷ୍ଟ ଧର୍ମକୁ ନେଇ କିଛି ଆପତ୍ତିଜନକ ଶବ୍ଦର ବ୍ୟବହାର କରିଛନ୍ତି। ଏହି ମନ୍ତବ୍ୟ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରଛି। ସବୁଠୁ ବଡ଼ କଥା ହେଉଛି ଏହି ଏପିସୋଡ୍‌ ଖ୍ରୀଷ୍ଟମାସ୍‌ ଡେ’ରେ ହିଁ ଟେଲିକାଷ୍ଟ ହୋଇଛି।

ସୂଚନାଯୋଗ୍ୟ ଯେ, ପଞ୍ଜାବ ପୋଲିସ୍‌ ଏହି କାର୍ଯ୍ୟକ୍ରମର ଭିଡିଓକୁ ଭଲଭାବେ ଯାଞ୍ଚ କରିବା ପରେ ମାମଲା ରୁଜୁ କରିଛି । ଏହି ମାମଲାକୁ ନେଇ ଏଯାଏଁ ତିନି ଜଣ ସେଲେବ୍ରଟିଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ପୋଲିସ୍‌ ସେମାନଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନେବ ସେ ବିଷୟରେ ସ୍ପଷ୍ଟ ଖବର ଆସିନାହିଁ।

   Related Posts