ପାକିସ୍ତାନ କ୍ୟାପଟେନ ସରଫରାଜ ଅହମଦଙ୍କ ବିରୋଧରେ ମାମଲା ରୁଜ୍ଜୁ

Published By : Prameya-News7 Bureau | June 23, 2019 IST

ପାକିସ୍ତାନ କ୍ରିକେଟ ଟିମ କ୍ୟାପଟେନ ସରଫରାଜ ଅହମଦଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସୋସିଆଲ ମିଡ଼ିଆରୁ ଆରମ୍ଭ କରି ପବ୍ଲିକ ପ୍ଲେସରେ ସରଫରାଜଙ୍କୁ ଥଟ୍ଟା ପରିହାସ କରାଯାଉଛି । ନିକଟରେ ସରଫରାଜଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯେତେବେଳେ ସରଫରାଜ ନିଜ ପୁଅକୁ ନେଇ ଇଂଲଣ୍ଡର ଏକ ମଲରେ ବୁଲୁଥିଲେ ଜଣେ ପାକିସ୍ତାନୀ ପ୍ରଶଂସକ ସରଫରାଜଙ୍କ ଭିଡିଓ ରେକଡିଂ କରିଥିଲେ ।

{"id":126081}

ମାମଲା ଥଣ୍ଡା ନ ପଡୁ ପଡୁ ଆଉ ଏକ ଖବର ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ଓକିଲ ସରଫରାଜଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ସରଫରାଜ ପାକିସ୍ତାନକୁ ଫେରିଲେ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଓକିଲ ଦାବି କରିଛନ୍ତି ।

{"id":126083}

ପାକିସ୍ତାନର ପଞ୍ଜାବର ଓକାରା ଜିଲ୍ଲାର ଜଣେ ଓକିଲ ସରଫରାଜଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ଦେଶର ନା ବଦନାମ କରିଥିବା ଏବଂ ଭାରତ ବିପକ୍ଷରେ ଖେଳିଥିବା ମ୍ୟାଚରେ ହାରିଯାଇଥିବା ଯୋଗୁଁ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଓକିଲ ଦାବି କରିଛନ୍ତି । କେବଳ ଏତିକି ନୁହେଁ ମ୍ୟାଚ ଚାଲିଥିବାବେଳେ ପଡିଆରେ ସରଫରାଜ ହାଇ ମାରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

{"id":126084}

ଭାରତ ଠାରୁ ପରାସ୍ତ ହୋଇ ପାକିସ୍ତାନ ବିଶ୍ୱକପ ସେମି ଫାଇନାଲରେ ଜାଗା ତିଆରି କରିପାରିବ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଶେଷ ୪ଟି ଟିମରେ ସାମିଲ ହେବ ପାଇଁ ପାକିସ୍ତାନକୁ ଏବେ ୪ଟି ମ୍ୟାଚ ଜିତିବାକୁ ପଡିବ ।ଏହା ସହ ଅନ୍ୟ ଟିମର ପରିଣାମ ଉପରେ ମଧ୍ୟ ନଜର ରଖିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.