କରୋନା ଭାଇରସ : ଚୀନ ରାଷ୍ଟ୍ରପତି ଓ ରାଷ୍ଟ୍ରଦୂତଙ୍କ ବିରୋଧରେ ମାମଲା ରୁଜ୍ଜୁ, ଏପ୍ରିଲ ୧୧ରେ ଶୁଣାଣି

Published By : Prameya-News7 Bureau | March 17, 2020 IST

ମୁଜାଫରପୁର ୧୭/୦୩ : ବିହାର ମୁଜାଫରପୁରରେ କରୋନା ଭାଇରସକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି | ମୁଜାଫରପୁରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଭାରତରେ ଥିବା ଚୀନର ରାଷ୍ଟ୍ରଦୂତ ସୁନ ବେଦୋଙ୍ଗଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | ସୁଧୀର ଓଝା ଅଭିଯୋଗ କରିଛନ୍ତି ଯେ, ଚୀନ ଯୋଗୁଁ ସାରା ବିଶ୍ୱ କରୋନା ଭାଇରସରେ ସଂକ୍ରମିତ ହୋଇଛି | ଚୀନ ଯୋଗୁଁ ଏହି ସଂକ୍ରମଣ ସାରା ବିଶ୍ୱରେ ବ୍ୟାପିଛି | ଏହି ମାମଲାର ଶୁଣାଣି ଆସନ୍ତା ୧୧ ତାରିଖରେ ହେବ |

ଅଭିଯୋଗକାରୀ ସୁଧୀର ଓଝା ଚୀନ ରାଷ୍ଟ୍ରପତି ଓ ରାଷ୍ଟ୍ରଦୂତଙ୍କ ବିରୋଧରେ କରୋନା ସଂକ୍ରମଣ ବ୍ୟାପିବାର ଷଡଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି | ଆଇପିସି ୨୬୯,୨୭୦,୧୯୦ ଏବଂ ୧୨୦ବି ଧାରାରେ ମାମଲା ରୁଜ୍ଜୁ କରିଛନ୍ତି | ସେ ଅଭିଯୋଗ କରିଛନ୍ତି ଯେ, ଚୀନ ଜାଣିଶୁଣି କରୋନା ଭାଇରସ ସୃଷ୍ଟି କରିଛି ଏବଂ ସାରା ବିଶ୍ୱରେ ପରିବ୍ୟାପ୍ତ କରିଛି | କାରଣ ଚୀନର ଲକ୍ଷ୍ୟ ହେଲା ବିଶ୍ୱରେ ବାୟୋଲୋଜିକାଲ ଶକ୍ତି ସୃଷ୍ଟି କରିବା | ଏହି ବାୟୋଲୋଜିକାଲ ଶକ୍ତିକୁ ଚୀନ ବୁହାନ-୪୦୦ ନାଁ ଦେଇଛି |

ଅପରପକ୍ଷରେ, ବିହାର ବିଧାନସଭାରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସାହାଯ୍ୟ ରାଶି ଘୋଷଣା କରିଛନ୍ତି |  ମୁଖ୍ୟମନ୍ତ୍ରୀ ଚିକିତ୍ସା ସହାୟକ ଫଣ୍ଡରୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ ଘୋଷଣା କରିଛନ୍ତି | ଏହାଛଡା କରୋନାରେ ପ୍ରାଣ ହରାଉଥିବା ରୋଗୀଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଛନ୍ତି | ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ସୂଚନାଯୋଗ୍ୟ ଯେ, କରୋନା ବର୍ତ୍ତମାନ ସୁଦ୍ଧା ୧୪୬ ଦେଶରେ ବ୍ୟାପି ସାରିଲାଣି | ଭାରତରେ ମଧ୍ୟ ୧୨୦ରୁ ଅଧିକ କରୋନାରେ ସଂକ୍ରମଣର ଶିକାର ହୋଇସାରିଲେଣି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.