ଭୋଜପୁରୀ ଅଭିନେତା ପୱନ ସିଂହଙ୍କ ବିରୋଧରେ ରୁଜ୍ଜୁ ହେଲା ଅଭିନେତ୍ରୀଙ୍କୁ ଯୌନ ଉତ୍ପୀଡନ ମାମଲା, ପଡି ପାରନ୍ତି ଅଡୁଆରେ

Published By : Prameya-News7 Bureau | August 04, 2019 IST

ମୁମ୍ବାଇ୪|୮: ଭୋଜପୁରୀ ଷ୍ଟାର ପୱନ ସିଂହ ନିଜ ଫିଲ୍ମ ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଗତ କିଛି ଦିନ ହେବ ତାଙ୍କ ବିଷୟରେ ଏକ ମାମଲା ସାମ୍ନାକୁ ଆସିଛି। ଏହି ମାମଲା ତାଙ୍କ ଫିଲ୍ମି କ୍ୟାରିଅର ଉପରେ ଖରାପ ପ୍ରଭାବ ପକାଇପାରେ।

{"id":140784}

ଭୋଜପୁରୀ ଅଭିନେତା-ଗାୟକ ପୱନ ସିଂହଙ୍କ ବିରୋଧରେ ୨୫ ବର୍ଷ ବୟସ୍କା ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଯୌନ ନିର୍ଯାତନା ଅଭଯୋଗ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ଏହି କଥା ସତ ପ୍ରମାଣ ହେଲେ ଭୋଜପୁରୀ ଷ୍ଟାରଙ୍କ ପାଇଁ ଏହା ଏକ ବଡ ଝଟକା ହେବ।

{"id":140785}

ମୁମ୍ବାଇ ପୋଲିସ ଅଧିକାରୀଙ୍କ ନିକଟରେ ଅଭିନେତ୍ରୀ ଅଭିଯୋଗ କରିଛନ୍ତି ଯେ, ସୋସିଆଲ ମିଡିଆରେ  ପୱନ ସିଂହ ଅନେକ ଅଶ୍ଳୀଳ ପୋଷ୍ଟ କରିବା ସହ ମେସେଜ କରୁଥିଲେ । ଏହା ବ୍ୟତୀତ ତାଙ୍କର ଅଶ୍ଳୀଳ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ କରୁଥିଲେ।

{"id":140786,"width":583,"height":398}

ତାଙ୍କ ସହ ବନ୍ଧୁତା ସ୍ଥାପନ ପାଇଁ ବାଧ୍ୟ କରୁଥିଲେ ଓ ଏହା ନକଲେ ପରିଣାମ ଭୋଗିବାର ଧମକ ଦେଉଥିଲେ। ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେପୋଲିସ ପୱନ ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଛି। ମାମଲାର ଅନୁସନ୍ଧାନ ଜୋର ସୋରରେ ଚାଲିଛି ବୋଲି ମୁମ୍ବାଇ ପୋଲିସ କହିଛି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.