ଅସଦୁଦ୍ଦିନ ଓୱେସୀଙ୍କ ଦଳର ୫୦ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜ୍ଜୁ

Published By : Prameya-News7 Bureau | December 14, 2020 IST

ସୀତାପୁର ୧୪/୧୨ : ଉତ୍ତର ପ୍ରଦେଶ ସୀତାପୁରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ ପୋଲିସ ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ ମୁସ୍ଲୀମିନ୍ (AIMIM) ର ୫୦ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। AIMIM କାର୍ଯ୍ୟକର୍ତ୍ତା ବିନା ଅନୁମତିରେ ବାଇକ ରାଲି କରିଥିଲେ ବୋଲି ଅଭିଯୋଗ ହୋଇଛି। କରୋନା ଗାଇଡଲାଇନ ଉଲଙ୍ଘନ ମାମଲାରେ ସେମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି। ସମସ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଧାରା ୧୮୮ ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି।

ଗଣମାଧ୍ୟମ ସୂଚନା ଅନୁଯାୟୀ, ସୀତାପୁରରେ AIMIM ନଗର ଅଧ୍ୟକ୍ଷ ମହମ୍ମଦ ମକିମ ନିଜ ସହଯୋଗୀଙ୍କ ସହ ପାର୍ଟି ପ୍ରଚାର ପାଇଁ ବାଇକ ରାଲି ବାହାର କରିଥିଲେ। ଗୋଟିଏ ବାଇକରେ ଏକାଧିକ କର୍ମୀ ବସି ବିନା ଅନୁମତିରେ ପ୍ରଦର୍ଶନ କରୁଥିଲେ। ସେଥିପାଇଁ ସମସ୍ତଙ୍କ ବିରୋଧରେ ଧାରା ୧୮୮, ମହାମାରୀ ଅଧିନିୟମ ଅନ୍ତର୍ଗତ ମାମଲା ରୁଜ୍ଜୁ କରାଯାଇଛି।

କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ ଗୌତମବୁଦ୍ଧ ନଗର ଜିଲ୍ଲା ଦାଦରୀ ଥାନାରେ ବିଜେପି କ୍ଷେତ୍ରୀୟ ମନ୍ତ୍ରୀଙ୍କ ସମେତ ୧୦୦ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି। ସୂଚନା ଅନୁଯାୟୀ ଧାରା ୧୪୪ ତଥା କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ରବିବାର ଦିନ ମାମଲା ରୁଜ୍ଜୁ ହୋଇଛି। ପୋଲିସ ଉପଯୁକ୍ତ ରାଜେଶ କୁମାର ସିଂହ କହିଛନ୍ତି ଯେ ଉତ୍ତର ପ୍ରଦେଶର ନବନିଯୁକ୍ତ ଭାରତୀୟ ଜନତା ପାର୍ଟିର କ୍ଷେତ୍ରୀୟ ମନ୍ତ୍ରୀ ପଣ୍ଡିତ ଆଶିଷ ବତ୍ସ ରବିବାର ଦିନ ନିଜର ଶହେ ସମର୍ଥକଙ୍କ ସହ ଗୋଟିଏ ଡଜନ ଗାଡିରେ ଲୁହାର୍ଲି ଟୋଲ ପ୍ଲାଜାକୁ ଆସିଥିଲେ। ଗାଡିରେ ନିର୍ଦ୍ଧାରିତ ସଂଖ୍ୟାରୁ ଅଧିକ ଲୋକ ବସିଥିଲେ ଏବଂ ସେମାନେ ମାସ୍କ ମଧ୍ୟ ପିନ୍ଧି ନଥିଲେ। ବିନା ଅନୁମତିରେ ଏମାନେ ରାଲି ବାହାର କରିଥିଲେ। ସେଥିପାଇଁ ୧୦୦ ସମର୍ଥକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.