Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଯୁବତୀଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଲେ ନାବାଳକ

28/08/2019 at 9:12 PM

ରାଞ୍ଚି- ଝାଡଖଣ୍ଡର ଧାନବାଦ ଜଣେ ଯୁବତୀଙ୍କ ବିରୋଧରେ ପୋକ୍ସୋ ସ୍ୱତନ୍ତ୍ର ଅଦାଲତରେ ଏକ ମାମଲା ରୁଜୁ ହୋଇଛି । ଜଣେ ନାବାଳକଙ୍କୁ ଘରେ ଜବରଦସ୍ତ ଅଟକ ରଖିବା ସହ ଯୌନ ଶୋଷଣ କରାଯାଇଥିବା ଅଦାଲତରେ ମାମଲା ରୁଜୁ ହୋଇଛି । ଲାଇଭ୍‌ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ ଜଣେ ୨୪ ବର୍ଷୀୟ ଯୁବତୀଙ୍କ ନାମରେ ଏହି ଅଭିଯୋଗ ଆସିଛି ।
ନାବାଳକ ଜଣଙ୍କ ମାନସିକ ଭାବେ ଦୁର୍ବଳ ବୋଲି ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ଜଣେ ସମ୍ପର୍କୀୟଙ୍କ ବାହାଘରରେ ଦେଖାହେବାପରେ ସେ ଏହି ନାବାଳକକୁ ପ୍ରଭାବିତ କରି ତାଙ୍କ ସାଙ୍ଗରେ ଗୁଜୁରାଟ ନେଇଯାଇଥିଲା , ଏସମ୍ପର୍କରେ ପରିବାରଙ୍କୁ ଲୋକ ଜଣା ନଥିଲା ।ସେମାନ ତାଙ୍କ ପୁଅ ହଜିଯାଇଥିବା କଥା ଭାବି ଥିଲେ । ପରେ ପୁଲିସ ନିକଟରେ ନିଖୋଜ ମାମଲା ରୁଜୁ କରାଯାଇଥିଲା । ୨୦୧୯ ମସିହା ଜାନୁଆରୀମାସରେ ପରିବାର ଲୋକ ନାବାଳକ ସମ୍ପର୍କରେ ଜାଣିବା ପରେ ତାକୁ ଆଣିବା ପାଇଁ ଗୁଜୁରାଟ ଯାଇଥିଲେ । ମାତ୍ର ସେଠାରେ ସେମାନଙ୍କୁ ଦୁର୍ବ୍ୟହାର ପ୍ରଦର୍ଶନ କରାଯାଇଥିଲା । ପରେ ଯୁବତୀ ଜଣଙ୍କ ତାଙ୍କୁ ଏକ ଘରେ ବନ୍ଦୀ ପରି ରଖିବା ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି ।

ଏପରି କରିବାକୁ ମନା କଲେ ନାବାଳକୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ନାବାଳକକୁ ବିବାହ କରିବା ପାଇଁ ଉଦ୍ୟମ କରିଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏହାପରେ ପୋକ୍ସୋ ଅଦାଲତ ଏକ ମାମଲା ରୁଜୁ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଯୁବତୀଙ୍କ ନାମରେ ଅପହରଣ ସହ ଅନ୍ୟମାମଲା ରୁଜୁ କରାଯାଇଛି ।

   Related Posts