ବେଆଇନ ଗହମ ଅନଲୋଡିଂ ନେଇ ଜଗତପୁର ଥାନାରେ ମାମଲା

Published By : Prameya-News7 Bureau | September 09, 2021 IST

କଟକ ୯।୯: ବେଆଇନ ଗହମ ଅନଲୋଡିଂ ନେଇ ଜଗତପୁର ଥାନାରେ ମାମଲା । ରାଞ୍ଚି ଗୋୟଲ ଆଗ୍ର କମ୍ପାନୀରୁ ୨୫ ଟନ୍ ଗହମ ଭୁବନେଶ୍ବର ଜଗନ୍ନାଥ ରାଇସ୍ ମିଲରେ ପହଁଚିବା ପରିବର୍ତ୍ତେ ଜଗତପୁର ଧ୍ରୁବ ଅଟା ମିଲ୍ ରେ ବେଆଇନ ଅନଲୋଡିଂ ହୋଇଛି। ଡ୍ରାଇଭର ଶିଖରପୁରରେ ଟ୍ରକ୍ ଛାଡି ଫେରାର । ଟ୍ରାନ୍ସପୋର୍ଟର ପକ୍ଷରୁ ଥାନାରେ ମାମଲା । ତେବେ ପୋଲିସ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ। ଏଥିରେ ବଡ଼ ଧରଣର ରାକେଟ୍ ସାମିଲ ଥିବା ସନ୍ଦେହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.