କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ- ୩ ମହିଳାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ୨ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୭ ଜଣଙ୍କ ନାଁରେ ମାମଲା ରୁଜୁ

Published By : Prameya-News7 Bureau | October 12, 2019 IST

ବରଗଡ/କଟକ - ବରଗଡ  ଭେଡେନ୍ ରୁପାପଲି ଗାଁରେ ୩ ମହିଳାଙ୍କୁ ଅପହରଣ  ଓ ଗଣଦୁଷ୍କର୍ମ ମାମଲାରେ ଡେରିରେ ହେଲି ବି ରୁଜୁ ହେଲା ମାମଲା । ୨ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ରାଜ୍ୟ ମାନାବାଧିକାର କମିଶନଙ୍କ ନିର୍ଦ୍ଦେଶକ୍ରମେ ବରଗଡ  ପୋଲିସ ଏହି ମାମଲା ରୁଜୁ କରିଛି । କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନଥିବା ଗତ ୩ବର୍ଷ ତଳର ଏହି ଲୋମ ଟାଙ୍କୁରା ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

{"id":169319}

ଡେରିରେ ହେଲେ ବି ପୀଡିତାଙ୍କୁ ନ୍ୟାୟ ମିଳିବାକୁ ଆରମ୍ଭ ହେଲା ପ୍ରକ୍ରିୟା । ରାଜ୍ୟ ମାନାବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ପୋଲିସ ଅଧିକାରୀ ଓ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହେଲା ମାମଲା । ବରଗଡ ଭେଡେନ୍ ରୂପାପଲି ଗାଁର ୩ ମହିଳାଙ୍କୁ ଅପହରଣ  ଓ ଗଣ ଦୁଷ୍କର୍ମ ଘଟଣାରେ ଏବେ ପୋଲିସ ଫାଇଲ ଖୋଲିବାକୁ ଯାଉଛି ।

{"id":169321}

ଘଟଣା ଥିଲା ଏହିପରି । ଗତ ୨୦୧୬ ମସିହାରେ ଭେଡେନ୍ ପୋଲିସ ଗାଁର ୩ ଜଣ ମହିଳାଙ୍କୁ ସେମାନଙ୍କ ସଂପର୍କୀୟ ଥାନାରେ ଥିବା କହି ଥାନାକୁ ଡାକିଥିଲା । ସେମାନଙ୍କୁ ଥାନାକୁ ନେବା ପରିବର୍ତ୍ତେ, ଏକ ଜଙ୍ଗଲକୁ ନେଇ ସେଠାରେ କିଛି ପୋଲିସ କର୍ମଚାରୀ ଗଣ ଦୁଷ୍କର୍ମ କରିବା ସହ କେତେକ କ୍ରିମିନାନଲଙ୍କୁ ହସ୍ତାନ୍ତର କରିଦେଇଥିଲା ।ଅଭିଯୁକ୍ତମାନେ ସେହି ଜଙ୍ଗଲରେ ଏହି ୩ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମହିଳାଙ୍କ ମଧ୍ୟରୁ ଜଣେ କୌଶଳକ୍ରମେ ଖସିଆସି  ଘରେ ସବୁକଥା କହିବା ପରେ ମହିଳାଙ୍କ ସଂପର୍କୀୟ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

{"id":169324}

କେବଳ ଏତିକି ନୁହେଁ ଥାନାକୁ ମାମଲା ରୁଜୁ କରିବାକୁ ଯାଇଥିବା ମହିଳାଙ୍କ ସଂପର୍କୀୟଙ୍କୁ ବି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାକୁ ପୋଲିସ ଚାପି ଦେବା ସହ ଏତଲା ଗ୍ରହଣ କରିନଥିଲା । ଜିଲ୍ଲା ଏସ୍‌ପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଖରେ ପୂରା ମାମଲାର ତଦନ୍ତ ପାଇଁ ପରିବାର ଲୋକେ ଗୁହାରୀ କରିଥିଲେ ବି କେହି ଶୁଣିନଥିଲେ । ପୀଡିତା ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ।ଆଉ ଶେଷରେ ରାଜ୍ୟ ମାନବାଧିକାର କମିଶନ୍ ବରଗଡ ପୋଲିସ୍ କୁ ଅଭିଯୁକ୍ତ ମାନଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ତେଣୁ ଭେଡେନ୍ ଥାନାର ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ୭ ଜଣଙ୍କ ନାଁରେ ଥାନାରେ ପୋଲିସ ମାମଲା ରୁଜୁ ହୋଇଛି ।

{"id":169325}

ମାମଲା ରୁଜୁ ପରେ ଖୁବ୍ ଶୀଘ୍ର ସମସ୍ତ୍ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରାଯାଉଛି । ବିହାର କି ଉତ୍ତରପ୍ରଦେଶ ନୁହେଁ ଓଡ଼ିଶାର ଏହି ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

{"id":169330}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.