କରୋନାକୁ ମାତ୍ ଦେଇ ଘରକୁ ଫେରିଥିବା ବ୍ୟକ୍ତିଙ୍କୁ ସ୍ୱାଗତ କରିବା ହେଲା କାଳ : ୧୦୦ ଜଣଙ୍କ ନାଁରେ ମାମଲା ରୁଜ୍ଜୁ

Published By : Prameya-News7 Bureau | July 07, 2020 IST

ଔରଙ୍ଗାବାଦ ୦୭/୦୭ : ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲାରେ କରୋନା ଭାଇରସକୁ ମାତ ଦେଇ ଘରକୁ ଫେରିଥିବା ଜଣେ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ଲୋକଙ୍କୁ ମହଙ୍ଗା ପଡିଛି | ଔରଙ୍ଗାବାଦ ଜିଲ୍ଲା ବେଜାପୁର ଅଞ୍ଚଳରେ ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ | ତାଙ୍କୁ ସ୍ୱାଗତ କରିବାକୁ ଯାଇ ଲୋକେ ସାମାଜିକ ଦୂରତା ନିୟମ ଉଲଙ୍ଘନ କରିଥିଲେ | ଉକ୍ତ ବ୍ୟକ୍ତିଙ୍କୁ ସ୍ୱାଗତ କରିବାକୁ ପାଖାପାଖି ୧୦୦ ଲୋକ ଜମା ହୋଇଥିଲେ | ସାମାଜିକ ଦୂରତା ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ୧୦୦ ଜଣଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି | ଘଟନ ରବିବାର ସନ୍ଧ୍ୟାର | ପୋଲିସ ସୋମବାର ଦିନ ଏ ସମ୍ପର୍କରେ ସୂଚନା ଦେଇଥିଲା | ପୋଲିସ ନିରୀକ୍ଷକ କହିଛନ୍ତି ଯେ, ଆଖପାଖ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ସତ୍ତ୍ୱେ କରୋନାରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କୁ ଦୁଇଟି ଜାଗାରେ ସ୍ୱାଗତ କରାଯାଇଥିଲା | ମାମଲା ରୁଜ୍ଜୁ ହୋଇଥିବା ଲୋକଙ୍କ ମଧ୍ୟରେ ବେଜାପୁର ନଗର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ମଧ୍ୟ ସାମିଲ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.