ଗୁଜୁରାଟ ଉପକୂଳରେ ମତ୍ସ୍ୟଜୀବୀଙ୍କ ଉପରକୁ ଗୁଳି ମାରିବା ଘଟଣା, ୧୦ ପାକିସ୍ତାନ ଜଳସେନା ଅଧିକାରୀଙ୍କ ନାମରେ ହତ୍ୟା ମାମଲା ରୁଜୁ

Published By : Prameya-News7 Bureau | November 08, 2021 IST

ପୋରବନ୍ଦର, ୦୮/୧୧: ପାକିସ୍ତାନ ଏବଂ ଭାରତ ମଧ୍ୟରେ ତିକ୍ତତା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ଥଳଭାଗ ହେଉ ବା ଜଳଭାଗ ପାକିସ୍ତାନୀ ସେନା ନିୟମ ଭଙ୍ଗ କରି ଭାରତୀୟଙ୍କୁ ହତ୍ୟା କରୁଛନ୍ତି । ନୀରିହ ଭାରତୀୟ ମତ୍ସ୍ୟଜୀବୀଙ୍କୁ ହତ୍ୟା କରିବା ଅଭିଯୋଗରେ ୧୦ ଜଣ ପାକିସ୍ତାନୀ ଅଧିକାରୀଙ୍କ ନାମରେ ଏବେ ମାମଲା ଦାଏର କରାଯାଇଛି ।

ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ପାକିସ୍ତାନ ମ୍ୟାରିଟାଇମ୍‌ ସିକ୍ୟୁରିଟି ଏଜେନ୍ସିର କିଛି ଅଧିକାରୀ ଭାରତୀୟ ମତ୍ସ୍ୟଜୀବୀଙ୍କର ବୋଟ୍‌ ଉପରେ ଓପନ୍‌ ଫାୟାରିଂ କରିଥିଲେ । ମତ୍ସ୍ୟଜୀବୀମାନେ ଆରବ ସାଗରର ଗୁଜୁରାଟ ଉପକୂଳ ଅଞ୍ଚଳର ଆନ୍ତର୍ଜାତୀକ ସୀମାରେ ବୋଟ୍‌ ନେଇ ଯାଉଥିବା ବେଳେ ପାକିସ୍ତାନ ଅଧିକାରୀ ଏପରି କାଣ୍ଡ ଘଟାଇ ସେମାନଙ୍କୁ ମଝି ସମୁଦ୍ରରେ ହତ୍ୟା କରିଥିଲେ । ଏହି ଅଧିକାରୀମାନଙ୍କ ବିରୋଧରେ ଏବେ ମାମଲା ଦାଏର କରାଯାଇଛି ।

ଏହି ଘଟଣାରେ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଦୀଲିପ ନାଟୁ ସୋଳଙ୍କି ଏନେଇ ପୋର ବନ୍ଦର ପୋଲସ୍‌ ଥାନାରେ ମାମଲା ଦାଏର କରିବା ପରେ ପାକିସ୍ତାନୀ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ୍‌ । ହେଲେ ପାକିସ୍ତାନ ଏ ଘଟଣାକୁ ଖଣ୍ଡନ କରାଯାଇଛି । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ମସ୍ତ୍ୟଜୀବୀଙ୍କ ବୋଟ୍‌ ପାକିସ୍ତାନ ସୀମା ଭିତରକୁ ପ୍ରବେଶ କରିଥିଲା । ଏ ନେଇ ବୋଟ୍‌କୁ ବାରମ୍ୱାର ୱାର୍ଣ୍ଣିଂ ଦିଆଯାଇଥିଲା । ବେଲେ ସେମାନେ ଦିଗ ପରିବର୍ତ୍ତନ କରିନଥିଲେ ଏବଂ ବୋଟ୍ ଇଞ୍ଜିନ୍‌ ବନ୍ଦ କରିନଥିଲେ । ଯାହାକୁ ନେଇ ଓପନ୍‌ ଫାୟାରିଂ କରାଯାଇଥିଲା ।

ତେବେ ଏହି ଘଟଣାରେ ବୋଟ୍‌ରେ ଥିବା ୭ ଜଣଙ୍କ ମଧ୍ୟରୁ ଜଣେ କ୍ର୍ୟୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.