ମାତ୍ର ୧୨୮ ଖଣ୍ଡ ଭୋଟରେ ଜିତିଥିବା କଣ୍ଟାବାଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ବିଜୟକୁ ବିରୋଧ କରି ଦାୟର ହେଲା ମାମଲା !

Published By : Prameya-News7 Bureau | June 01, 2019 IST

ଭୁବନେଶ୍ବର୧|୬: କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନାଁରେ କେସ୍ । ଏପ୍ରିଲ ୧୮ ଭୋଟିଙ୍ଗ ଦିନ ଯେତିକି ଭୋଟ ହୋଇଥିଲା ମେ ୨୩ ଫଳ ଗଣତି ଦିନ କିଭଳି ଏହା ବଦଳିଗଲା ଅଭିଯୋଗ ଆଣି ଦୁଇଜଣ ଭୋଟର ହାଇକୋର୍ଟରେ କେସ୍ ଦାୟର କରିଛନ୍ତି । ସାଲୁଜାଙ୍କ ନାଁରେ ଅଭିଯୋଗ ହେଉଛି କି ଭୋଟିଙ୍ଗ ଦିନ ୧ ଲକ୍ଷ ୮୨ ହଜାର ୪୧୧ ଭୋଟ ହୋଇଥିଲା । କିନ୍ତୁ ଗଣତି ଦିନ ୧ ଲକ୍ଷ ୯୧ ହଜାର ୭୭ ଭୋଟ ଗଣାଯାଇଥିଲା । ତେଣୁ ଅଧିକା ୯ ହଜାର ଭୋଟ କିଭଳି ଗଣତି ହେଲା ବୋଲି ସେହି ନିର୍ବାଚନ ମଣ୍ଡଳୀର ଦୁଇଜଣ ଭୋଟର କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ବିଜେପିରୁ ଲଢୁଥିବା ଲକ୍ଷ୍ମଣ ବାଗଙ୍କ ଦୁଇଜଣ ସମର୍ଥକ ହିଁ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବୋଲି କୁହାଯାଉଛି । ତେବେ ସନ୍ତୋଷ ସିଂ ସାଲୁଜା ଏହାକୁ କାଉଣ୍ଟର କରିଛନ୍ତି ।

{"id":118525,"align":"center"}

କହିଛନ୍ତି ସବୁ ନିର୍ବାଚନ ମଣ୍ଡଳୀରେ ଏଭଳି ସ୍ଥିତି ହୋଇଛି । ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଦାନ ସମୟ ରହିଥିଲେ ବି ଯେଉଁ ଭୋଟର ସେହି ସମୟ ଭିତରେ ଭୋଟ ଦେଇନଥିଲେ ସେମାନେ ଭୋଟଦେବା ପର୍ଯ୍ୟନ୍ତ ଇଭିଏମ୍ ଖୋଲା ରହିଛି । ଏଥିରେ କିଛି ବ୍ୟତିକ୍ରମ ନାହିଁ । ନିୟମ ଅନୁସାରେ ଯେଉଁ ଭୋଟର ସଂଧ୍ୟା ୬ ଭିତରେ ବୁଥ୍ ହତା ଭିତରେ ଥିବ ସେ ଯେତେ ସମୟ ହେଲେ ବି ଭୋଟ ଦେଇ ଆସିବ । ଏହା ତାର ଅଧିକାର । ତେଣୁ ସଂଧ୍ୟା ୬ ସୁଦ୍ଧା କେତେ ଭୋଟ ହୋଇଛି ତାର କିଛି ମାନେ ନାହିଁ । ନିର୍ବାଚନ କମିଶନ ବି ତାଙ୍କ ଜିତ୍ କୁ ଗ୍ରହଣ କରିଛନ୍ତି । ତେଣୁ ଯେଉଁମାନେ ତାଙ୍କ ବିରୋଧରେ କୋର୍ଟକୁ ଯାଇଛନ୍ତି ସେମାନଙ୍କୁ ସେ ସ୍ବାଧିକାର ଭଙ୍ଗ ନୋଟିସ ପଠାଇବେ ବୋଲି ସାଲୁଜା କହିଛନ୍ତି । ସାଲୁଜା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଲକ୍ଷ୍ମଣ ବାଗଙ୍କଠାରୁ ୧୨୮ ଭୋଟରେ ଜିତିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.